ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୭,୦୭୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୩୩୬ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୮୪,୧୦୦ ରେ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୫୨,୫୮୬ ଥିବା ବେଳେ ବର୍ତମାନ ସୁଦ୍ଧା ୧,୪୩,୩୫୫ ଜଣ ମୃତ୍ୟୁ ବରଣ କରିଛନ୍ତିା
ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୮,୫୫,୧୫୭ ନମୂନାର ପରୀକ୍ଷଣ
ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୮,୫୫,୧୫୭ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା, ୧୫,୪୫,୬୬,୯୯୦ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛି ।