
ଭଦ୍ରକ– ୧୦ ଡିସେମ୍ବରକୁ ପୃଥିବୀ ତମାମ ମାନବ ଅଧିକାର ଦିବସ ରୂପେ ପାଳନ କରାଯାଉଥିବା ବେଳେ ଭଦ୍ରକର ଏକ ହୋଟେଲରେ ଅନୁଷ୍ଠିତ ହେଉଥିବା ଏହି ଉପଲକ୍ଷେ ସଭାରେ ବିରୋଧୀ ଦଳର ଉପନେତା ତଥା ବିଜେପିର ବରିଷ୍ଠ ନେତା ଧାମନଗର ବିଧାୟକ ବିଷ୍ଣୁ ସେଠୀ ନାରୀମାନଙ୍କ ପ୍ରତି ଅଭଦ୍ରୋଚିତ ଅସାମ୍ବିଧାନିକ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନାରୀଜାତି ପ୍ରତି ତାଙ୍କର ଅଶାଳୀନ ମନ୍ତବ୍ୟକୁ ପ୍ରତିବାଦ କରି ଅଖôଳ ଭାରତ ଗଣତାନ୍ରିକ ମହିଳା ସମିତିର ସର୍ବଭାରତୀୟ ସµାଦିକା ତାପସୀ ପ୍ରହରାଜ ଶ୍ରୀଯୁକ୍ତ ସେଠୀଙ୍କ ବିରୁଦ୍ଧରେ ଭଦ୍ରକ ଏସ୍ପିଙ୍କଠାରେ ଲିଖôତ ଅଭିେଯାଗ କରିଛନ୍ତି। ତୁରନ୍ତ ଶ୍ରୀଯୁକ୍ତ ସେଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଶ୍ରୀଯୁକ୍ତ ସେଠୀ ସଭାକୁ ନିମନ୍ରିତ ହୋଇ ନଥିବା ସେ୍ବ ତାଙ୍କର ଉପସ୍ଥିତିକୁ ଦେଖô ଆୟୋଜକମାନେ ତାଙ୍କୁ ସଭାରେ ଜଣେ ଅତିଥି ଭାବେ ମାସିନ କରାଇଥିଲେ। ସଭାରେ ତାଙ୍କୁ କହିବାର ସୁେଯାଗ ମଧ୍ଯ ଦିଆ ଯାଇଥିଲା। ମାତ୍ର ଶ୍ରୀଯୁକ୍ତ ସେଠୀ ଜଣେ ନିର୍ବାଚିତ ପ୍ରତିନିଧି ହୋଇ ମଧ୍ଯ ସୌଜନ୍ୟତାର ସବୁ ସୀମା ଲଂଘି ‘ମହିଳାମାନେ କେବେ ବି ପୁରୁଷଙ୍କ ସହ ସମାନ ହୋଇ ପାରିବେ ନାହó, ଅଧିକାର ନାମରେ ସ୍ବେଚ୍ଛାଚାରିତା କରୁଛନ୍ତି, ସ୍ବାମୀମାନେ ତାଙ୍କର ପାଦ ଚାଟନ୍ତୁ ବୋଲି ଚାହୁଁଛନ୍ତି’ ଭଳି ମନ୍ତବ୍ୟ ଦେବା ସମଗ୍ର ନାରୀ ସମାଜ ପ୍ରତି ଅସମ୍ମାନ ତଥା ଘୋର ଅବମାନନା। କେବଳ ଏତିକି ନୁହେଁ ମରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ଶ୍ରୀମତୀ ପ୍ରହରାଜ ସଭା ଛାଡି ଚାଲିଯିବା ପାଇଁ ସଭାରେ ଅଧ୍ଯକ୍ଷତା କରୁଥିବା ବରିଷ୍ଠ ଆଇନଜୀବୀ ଡ. ଟହଲୀ ଚରଣ ମହାନ୍ତିଙ୍କ ଠାରୁ ଅନୁମତି ମାଗୁଥିବା ବେଳେ ଶ୍ରୀଯୁକ୍ତ ସେଠୀ ମାଇକ୍ ଛାଡି ଶ୍ରୀମତୀ ପ୍ରହରାଜଙ୍କ ପାଖକୁ ଆସି ଅଶାଳୀନ ଭାଷା ପ୍ରୟୋଗ କରି ତାଙ୍କୁ ଧମକ ଦେବା ବିଜେପିର ମହିଳା ବିରୋଧୀ ଚିତ୍ରର ପ୍ରମାଣ ଦେଇଥିଲା। ଶ୍ରୀଯୁକ୍ତ ସେଠୀଙ୍କର ଏଭଳି ଅଭଦ୍ରାମି ବ୍ୟବହାରକୁ ଅଖôଳ ଭାରତ ଗଣତାନ୍ରିକ ମହିଳା ସମିତି ଭଦ୍ରକ ଜିଲ୍ଲା ଶାଖା ତୀବ୍ର ନିନ୍ଦା କରୁଛି। ଭଦ୍ରକ ମାଟି ‘ଅତିଥି ଦେବୋଭବ’ ସଂସ୍କୃତିରେ ବିଶ୍ବାସ କରୁଥିବା ବେଳେ ଜିଲ୍ଲାକୁ ଆସୁଥିବା ଅତିଥିମାନଙ୍କ ପ୍ରତି ଜିଲ୍ଲାର ଜଣେ ଲୋକ ପ୍ରତିନିଧିଙ୍କର ଏପରି ବ୍ୟବହାର ସମଗ୍ର ଭଦ୍ରକବାସୀଙ୍କ ପାଇଁ ଲଜ୍ଜା। ବିଧାୟକ ଶ୍ରୀଯୁକ୍ତ ସେଠୀଙ୍କୁ ତୁରନ୍ତ ଗିରଫ କରିବାକୁ ଅଖôଳ ଭାରତ ଗଣତାନ୍ରିକ ମହିଳା ସମିତି ଭଦ୍ରକ ଜିଲ୍ଲା ଶାଖା ସଭାପତି ପ୍ରତିଭା ଜେନା, ସµାଦିକା ମମତା ଜେନା, ସୁମତୀ ନାୟକ, ଶିଖା ମହାପାତ୍ର, ସୀତାରାଣୀ ଦାଶ, ରୋଜାଲିନ ସାମ୍ୟବାଦୀ, କାମିନୀ ଭୋଇ, ଶାନ୍ତିଲତା ନାୟକ ପ୍ରମୁଖ ନିବେଦନ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO