
ଭଦ୍ରକ– ଆଜି ଭଦ୍ରକ ଓକିଲ ସଂଘର ସାଧାରଣ ନିର୍ବାଚନ ଶାନ୍ତି-ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଯଥାକ୍ରମେ ସଭାପତି ଓ ସଂପାଦକ ଭାବେ ଦିଲ୍ଲୀପ ମହାପାତ୍ର ଓ ସୂର୍ଯ୍ୟକାନ୍ତ କୁଅଁର ସେମାନଙ୍କ ସ୍ଥାନ ବଜାୟ ରଖôଛନ୍ତି। ଅନୁରୂପ ଉପସଭାପତି ଭାବେ ଅମିତାବାଳା ଆଚାର୍ଯ୍ୟ, କୋଷାଧ୍ଯକ୍ଷ ଭାବେ ସୁରେନ୍ଦ୍ର କର ଓ ଯୁଗ୍ମ ସଂପାଦକ ଭାବେ ଗୋପବନ୍ଧୁ ଦୀକ୍ଷିତ ନିର୍ବାଚିତ ହୋଇଛନ୍ତି। ଏଠାରେ ସୂଚନାେଯାଗ୍ୟ ଏହି ନିର୍ବାଚନରେ ସଭାପତି ପଦବୀ ପାଇଁ ପୂର୍ବତନ ସଭାପତି ଦିଲ୍ଲୀପ ମହାପାତ୍ର ଓ ଦେବେନ୍ଦ୍ର ପଣ୍ଡାଙ୍କ ମଧ୍ଯରେ ପ୍ରତିଦ୍ବନ୍ଦ୍ବିତା ହୋଇଥିବାବେଳେ ସାଧାରଣ ସଂପାଦକ ପଦବୀ ପାଇଁ ପୂର୍ବତନ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଜିତେନ୍ଦ୍ର କୁମାର ପଣ୍ଡା ଓ ସିଦ୍ଧାର୍ଥ ମହାନ୍ତି ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଯୁଗ୍ମ ସଂପାଦକ ପାଇଁ ଆୟୁବ ଖାଁ, ହୃଷିକେଶ ବେହେରା, ଗୋପବନ୍ଧୁ ଦୀକ୍ଷିତ ଓ କୋଷାଧ୍ଯକ୍ଷ ପଦବୀ ପାଇଁ କମଳିନୀ ନାୟକ ଓ ସୁରେନ୍ଦ୍ର କୁମାର କର ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ତିନିଗୋଟି କାର୍ଯ୍ୟକାରିଣୀ ସଭ୍ୟ ପଦବୀ ପାଇଁ ବିଶ୍ବଜିତ୍ ରାଉତ, ସଂଜୟ କୁମାର ନାୟକ ଓ ସଂଜୀବ କୁମାର ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେମାନେ ନିଦ୍ବନ୍ଦ୍ର୍ବରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ଆଇନ୍ଜୀବୀ ପରିଷଦ ନିୟନ୍ରଣରେ କାର୍ଯ୍ୟ କରୁଥିବା ରାଜ୍ୟର ସମସ୍ତ ଅଧିବକ୍ତା ସଂଘ ୨୦୧୯ ମସିହାରେ ପ୍ରଣିତ ନିୟମ ମୂଳେ ରାଜ୍ୟର ସମସ୍ତ ସଂଘର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ମାଚ୍ର୍ଚ ମାସର ଶେଷ ଶନିବାର ନିର୍ବାଚନ ହେବା ପାଇଁ ନିଦ୍ର୍ଧେଶ ଥିବାରୁ ଚଳିତବର୍ଷ ନାମାଙ୍କନ ପତ୍ର ଆହ୍ବାନ କରାଯାଇଥିଲା। ମାତ୍ର ମହାମାରୀ କରୋନା କଟକଣା ପାଇଁ ଏହି ନିର୍ବାଚନ ଅନିଦ୍ର୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘୁାଇ ଦିଆଯିବାକୁ ଚ୍ୟାଲେଞ୍ଜ କରି କିଛି ଆଇନ୍ଜୀବୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ। ଫଳରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦ୍ର୍ଧେଶ ମୁତାବକ ସଂପୃକ୍ତ ସଂଘର ଏକ ଅନ୍ତରୀଣ କମିଟି ଗଠନ କରାଯାଇ କାର୍ଯ୍ୟ କରିଆସୁଥିବାବେଳେ ଚୂଡାନ୍ତ ରାୟରେ ରାଜ୍ୟ ବାର୍ କାଉନ୍ସିଲକୁ ଡିସେମ୍ବର ୧୨ ତାରିଖ ମଧ୍ଯରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିଦ୍ର୍ଧେଶ ହେବା ପରେ ମାତ୍ର ୩ ମାସ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି। ଭଦ୍ରକରେ ୭୬୦ ଜଣ ଆଇନ୍ଜୀବୀଙ୍କ ନାମ ଭୋଟର ଲିଷ୍ଟରେ ଥିବାବେଳେ ଆଜି ୬୬୪ ଜଣ ଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଛନ୍ତି। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଅଧିବକ୍ତା ସନ୍ତୋଷ ନାୟକ ରହିଥିବାବେଳେ ତାଙ୍କୁ ସରୋଜ ତପନ ଦାସ, ହରିହର ଧଳ, ଲଲାଟେନ୍ଦୁ ଦୀକ୍ଷିତ୍, ଦୀପକ କୁମାର ସାହୁ, ଅଂଜୁବାଳା ରାଉତ ଓ ଅଜୟ ମହାନ୍ତି ସହାୟତା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO