
ଭଦ୍ରକ – କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ କୃଷି ଆଇନକୁ ବିରୋଧ ସହିତ ସରକାର ଦରଦାମ ନିୟନ୍ରଣରେ ବିଫଳ ହେବା, ଚାଷୀର ଉପôାଦିତ ଦ୍ରବ୍ୟକୁ ଆମ୍ବାନୀ, ଆଦାନୀ ଭଳି କର୍ପୋରେଟ ସଂସ୍ଥାକୁ ବିକ୍ରୟ କରାଯିବା େଯାଜନାକୁ ବିରୋଧ କରି ଆଜି ଅଖôଳ ଭାରତ ଗଣତାନ୍ରିକ ମହିଳା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୃଷି ଆଇନକୁ ବାତିଲ କରିବା ଦାବୀରେ ରାଜଧାନୀ ଦିଲ୍ଲୀରେ ଦୀର୍ଘ ୧୬ ଦିନ ଧରି ଥଣ୍ଡା କାକରରେ ରାଜରାସ୍ତାରେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ସରକାର କୁମ୍ଭକଣ୍ର୍ର୍ଣ ନିଦ୍ରାରେ ଶୋଇଛି। ସମିତି ପକ୍ଷରୁ ମହିଳାମାନେ ବାଲଗୋପାଲ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସମିତିର ଜିଲ୍ଲା ସଭାନେତ୍ରୀ ପ୍ରତିଭା ଜେନାଙ୍କ ଅଧ୍ଯକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସµାଦିକା ମମତା ଜେନା, ସର୍ବଭାତୀୟ ସµାଦିକା ତାପସୀ ପ୍ରହରାଜ, ଦାମିନୀ ନାୟକ, ପ୍ରଭାତୀ ଦାସ, ସଂଜିତା ମହାପାତ୍ର, ସୁମତୀ ନାୟକ, ରୋଜାଲିନ୍ ସାମ୍ୟବାଦୀ, ସୀତାରାଣି ଦାସ, ତସ୍ଲିମା ବିବି ପ୍ରମୁଖ େଯାଗ ଦେଇ ବକ୍ତବ୍ୟ ରଖôଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO