
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଅର୍ଶଳା ଗ୍ରାମ ପଂଚାୟତର ବଳଭଦ୍ରପୁର ଗ୍ରାମ ଖମାରରେ ଏକ ନୂତନ ଉଠା ଜଳସେଚନ ପଏଣ୍ଟ ନିର୍ମାଣକୁ ନେଇ ଗ୍ରାମ୍ୟ ବିବାଦ ତୀବ୍ର ହୋଇଥିବା ବେଳେ କାମ ଆରମ୍ଭ କରାଯିବାର ବ୍ୟବସ୍ଥା କରିବାକୁ ସେଠାରେ ପହଂଚିଥିବା ଉଠା ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଯନ୍ତ୍ରୀ ରମେଶ ଚନ୍ଦ୍ର ନାଏକ ବାଧ୍ୟ ହୋଇ ଫେରି ଆସିଛନ୍ତି । ଭୌଗଳିକ ଦୃଷ୍ଟି କୋଣରୁ ବଳଭଦ୍ରପୁର ଖମାର ଚାଷ ଜମି ଗୁଡିକରେ ବହୁ ସ୍ଥାନରେ ଖାଲଢିପ ରହିଛି । ପୂର୍ବରୁ ଏଠାରେ ଗୋଟିଏ ଉଠା ଜଳସେଚନ ପଏଣ୍ଟ ରହିଥିିବା ବେଳେ ପୂର୍ବରୁ ରହିଥିବା ଉଠା ଜଳସେଚନ ପଏଣ୍ଟ ପାଖରୁ ପଏଣ୍ଟ ଠାରୁ ମାତ୍ର ୧୦୦ ମିଟର ବ୍ୟବଧାନରେ ଆଉ ଗୋଟିଏ ନୂତନ ଜଳସେଚନ ପଏଟଂ ସ୍ଥାପନ କରାଯାଉଥିବା କାରଣରୁ ଖମାର ଉପର ମୁଣ୍ଡରେ ଥିବା ଚାଷୀ ତରଣୀ ମହାନ୍ତ, ନଟବର ମହାନ୍ତ, ନିତିଆ ମହାନ୍ତ, ଜୟକୃଷ୍ଣ ମହାନ୍ତ, ଅନିଲ ମହାନ୍ତ, ଦୁଃଖୁ ମାଝି, ଦୁଷ୍ମନ୍ତ ମହାନ୍ତ, ହେମନ୍ତ ମାଝୀ, କେଶବ ମହାନ୍ତ ପ୍ରମୁଖ ତୀବ୍ର ବିରୋଧ କରିଥିଲେ । ସଂପୃକ୍ତ ଚାଷୀମାନଙ୍କ ଯୁକ୍ତି ଥିଲା ଯେ, ପୂର୍ବ ପଏଣ୍ଟ ରୁ ଆମ୍ଭେମାନେ ପାଣି ପାଉନାହୁଁ । ଏବଂ ବର୍ତମାନ ନୂତନ ଉଠାଜଳସେଚନ ପଏଣ୍ଟଟି ପୂର୍ବ ପଏଣ୍ଟ ଠାରୁ ପଏଟଂକୁ ୧୦୦ମିଟର ବଦଳରେ ୩୦୦ ମିଟର ଘୁଂଚାଇ ଦିଆଯାଉ । ଯାହା ଫଳରେ କି ଉପରମୁଣ୍ଡର ଚାଷୀ ମଧ୍ୟ ଆବଶ୍ୟକ ଅନୁଶାରେ ପାଣି ପାଇ ପାରିବେ । କିନ୍ତୁ ତଳମୁଣ୍ଡର ଚାଷୀ ଏହାକୁ ବିରୋଧ କରିଥିଲେ । ଫଳରେ ଉପରମୁଣ୍ଡ ଚାଷୀ ଏବଂ ତଳ ସାହି ଚାଷୀଙ୍କ ମଧ୍ୟରେ ଝଗଡା ଉଗ୍ର ଆକାର ଧାରଣ କରିଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଉଠା ଜଳସେଚନ ପଏଣ୍ଟ ର ଯନ୍ତ୍ରୀ ଓ କର୍ମଚାରୀ ପ୍ରମୁଖ ବାଧ୍ୟ ହୋଇ ଫେରି ଯାଇଥିଲେ ।
ଏ ସଂପର୍କରେ ଯନ୍ତ୍ରୀ ରମେଶ ଚନ୍ଦ୍ର ନାଏକ କହିଛନ୍ତି ଯେ ଗ୍ରାମ୍ୟ ବିବାଦ ଯୋଗୁଁ କାମ ଆରମ୍ଭ କରାଯିବା ସମ୍ଭବ ହୋଇପାରୁ ନାହିଁ । ଚାଷୀମାନେ ପରସ୍ପର ମଧ୍ୟରେ ବୁଝାମଣା କରି ସ୍ଥାନ ନିର୍ଦ୍ଧାରଣ କରିବା ପରେ କାମ ଆରମ୍ଭ ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO