
ଜଗନ୍ନାଥ ପ୍ରସାଦ-ଜଗନ୍ନାଥ ପ୍ରସାଦ ବ୍ଲକ ଜଣେ ଜଣା ଶୁଣା ସମାଜସେବୀ ତଥା ଦକ୍ଷ ଆୟୁର୍ବେଦ ବୈଦ୍ୟ ଙ୍କ ଆଜି ସାନ୍ଧ୍ୟ ୬ ଟାରେ ଦେହାନ୍ତ ହୋଇଛି l ସେ ହେଲେ ଡୁଙ୍ଗାପଲ୍ଲୀ ଗ୍ରାମ ର ଶ୍ରୀ ବିଦ୍ୟାଧର ବାରିକ 58 lମୃତ୍ୟୁ ସମୟ ରେ ପତ୍ନୀ ଦୁଇ ପୁଅ ଝିଅ ବୋହୁ ଉପସ୍ଥିତ ଥିଲେ l
ଜିର୍ଘ ଦିନ ଧରି ସେ କୀଡୀନି ରୋଗ ରେ ଚିକିତ୍ସହିତ ହେଉଥିଲେ l ଗତ କାଲି ସାନ ପୁଅ ର ବିବାହ ସମ୍ପୂର୍ଣ କରିଥିଲେ l ଆଜି ହଠାତ ସାନ୍ଧ୍ୟ ସମୟ ରେ ଶ୍ରୀ ବାରିକ ଅସୁସ୍ଥ ଅନୁଭବ କରିବାରୁ ସ୍ଥାନୀୟ ମେଡିକାଲ କୁ ଆମ୍ବୁଲାନ୍ସ ମାଧ୍ୟମରେ ଅଣା ଯାଇଥିଲା l ମେଡିକାଲ ରେ ଡାକ୍ତର ଶ୍ରୀ ବାରିକ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଆଜି ତାଙ୍କରି ମୃତ୍ୟୁ ଖବର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ଖବର ପାଇ ଅଂଚଳ ଶତାଧିକ ଲୋକେ, ବହୁ ବୁଦ୍ଧିଜୀବୀ, ରାଜନେତା ମେଡିକାଲ ରେ ଓ ବାସଭବନ ଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l ସେ ଜଣେ ଅଂଚଳ ର ଚର୍ଚିତ ଆୟୁର୍ବେଦ ବୈଦ୍ୟ, ସମାଜସେବୀ, ବିଜେଡି କର୍ମୀ ଓ ସମ୍ବାଦ ସାହିତ୍ୟ ଘର ଉପଦେଷ୍ଟା ଭାବେ ରହିଥିଲେ ଲ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO