
ନୂଆଦିଲ୍ଲୀ/ଭୁବନେଶ୍ୱର– ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୟୂରଭଞ୍ଜ ଜିଲ୍ଲାର ଯୁବ ଚିତ୍ରକର ସମରେନ୍ଦ୍ର ବେହେରାଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଭିନବ ଉପାୟରେ ବେଆଇନ ଗଛ କଟା ବିରୁଦ୍ଧରେ ସଚେତନତାର ବାର୍ତା ଦେବା ପାଇଁ ସମରେନ୍ଦ୍ରଙ୍କୁ ଟ୍ୱିଟ୍ ଜରିଆରେ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ “ଜନଜାତି ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା ଅଭିନବ ଉପାୟରେ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତା ଦେବା ଖୁସିର ବିଷୟ । ଏଥିପାଇଁ ସମରେନ୍ଦ୍ରଙ୍କୁ ସାଧୁବାଦ” ।
“ଜଣେ ଜନନାୟକଙ୍କ ବୃହତ ଦୃଷ୍ଟିକୋଣ ନାଗରିକ ମାନଙ୍କୁ ପ୍ରଭାବିତ କଲେ ଏପରି ଦେଖିବାକୁ ମିଳିଥାଏ । ପରିବେଶ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ତାଙ୍କୁ ବିଶ୍ୱରେ ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ପରିଚିତ କରାଇଛି । ତୃଣମୂଳ ସ୍ତରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଭିନବ ଉପାୟରେ ସଚେତନତା ତିଆରି କରାଯିବା ଆନନ୍ଦର ବିଷୟ” ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO