
ଭଞ୍ଜନଗର, ଚଳିତ 2020-21 ବର୍ଷ ନିମନ୍ତେ ଚଳିତ ମାସ 16 ତାରିଖରୁ ଭଞ୍ଜନଗର ଉପଖଣ୍ଡ ରେ ଖରିଫ ଧାନ ସମସ୍ତ ପେକ୍ସ /ଡବ୍ଲୁଏସଏଚଜି କେନ୍ଦ୍ରମାନଙ୍କରେ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ | ଆଜି ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତା ରେ ଉପଖଣ୍ଡ ସ୍ତରୀୟ ଧାନ ସଂଗ୍ରହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଗତ ବର୍ଷ ଅର୍ଥାତ 2019-20 ମସିହାରେ 152 ଟି ମଣ୍ଡି ଖୋଲାଯାଇଥିଲା,121 ଜଣ ମିଲର ଏଥିରେ ସାମିଲ ଥିଲେ ଏବଂ 12 ଲକ୍ଷ 78 ହଜାର 4 ସହ 74 କୁଇଣ୍ଟାଲ ଧାନ କିଣା ହେଇଥିଲା | ସାଧରଣରେ 1868 ଦରରେ ପ୍ରତି କୁଇଣ୍ଟାଲ ରେ ଧାନ ସଂଗ୍ରହ ହେବ | ଗୋଟିଏ ଟକେନ ର ସମୟ ସୀମା ଏକ ମାସ ପର୍ଯ୍ୟନ୍ତ ରହିବ, ଚାଷୀ ଏକ ମାସ ମଧ୍ୟରେ ଯେ କୌଣସି ଦିନ ଯାଇ ଧାନ ବିକ୍ରି କରି ପାରିବ | 48 ଘଣ୍ଟା ମଧ୍ୟରେ ଚାଷୀର ବ୍ୟାଙ୍କ ଖାତାରେ ପଇସା ଡିପୋଜିଟ କରାଯିବ | ଭେରିଫିକେସନ ନିମନ୍ତେ ଚାଷୀଙ୍କୁ ଆଖି କୁ ଇରିସା ସ୍କାନର ରେ ସ୍କାନ କରାଯିବ | ଗତ ବର୍ଷ 47 ହଜାର 82 ଜଣ ଚାଷୀ ପୁଞ୍ଜୀକୃତ କରିଥିବା ବେଳେ ଚଳିତ ବର୍ଷ 49 ହଜାର 55 ଜଣ ଚାଷୀ ପୁଞ୍ଜୀକରଣ କରିଛନ୍ତି | ଭଞ୍ଜନଗର ଉପଖଣ୍ଡ ରେ ସମସ୍ତ 8 ଗୋଟି ବ୍ଲକ ରେ ସୋସାଇଟି ଲେଭେଲ ଧାନ ସଂଗ୍ରହ କମିଟି ଗଠନ କରାଯାଇଛି | ଧାନ କ୍ରୟ କେନ୍ଦ୍ର ରେ ଅଫିସ ରୁମ, ଗୋଡ଼ଉନ , ଇଲେକ୍ଟ୍ରିସିଟି ଏବଂ ଇଣ୍ଟରନେଟ ସୁବିଧା, କମ୍ପୁଟର ଯନ୍ତ୍ରାଂଶ, ଟ୍ରେଣ୍ଡ ଡାଟା ଏଣ୍ଟ୍ରି ଅପରେଟର,ପଲିଥିନ, ପାନୀୟଜଳ ସମେତ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ | ଚଳିତ ବର୍ଷ ସମସ୍ତ କୋଭିଡ 19 ଗାଇଡ଼ ଲାଇନ ପାଳନ କରାଯାଇ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେବ | ମାସ୍କ, ସାନିଟାଇଜର ବ୍ୟବସ୍ଥା ସହ ସାମାଜିକ ଦୂରତ୍ୱ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯିବ | ସପ୍ତାହରେ ଚାଷୀ ଯେ କୌଣସି ଦିନ ଧାନ ବିକ୍ରି କରିପାରିବ | ଜଣେ ଚାଷୀ ସର୍ବାଧିକ 50 କୁଇଣ୍ଟାଲ ଧାନ ଗୋଟିଏ ଦିନରେ ବିକ୍ରି କରିପାରିବ ଏବଂ ପେକ୍ସ ମାନେ ସର୍ବାଧିକ ଏକ ହଜାର କୁଇଣ୍ଟାଲ ଧନ ଗୋଟିଏ ଦିନରେ ସଂଗ୍ରହ କରିବା ନିୟମ ରହିଛି | ଚଳିତ ବର୍ଷ କିପରି ସୁରୁଖୁରୁରେ ଉତ୍ତମ ଭାବେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ତାହାର ତଦାରଖ କରିବା ନିମନ୍ତେ ପ୍ରତି ବ୍ଲକ ରେ ତିନି ଅଧିକାରୀ ଯଥାକ୍ରମେ ରାଜସ୍ବ, କୃଷି ଏବଂ କୋ କପେରସନ ବିଭାଗର ରହିବେ | ମାଜିଷ୍ଟ୍ରେଟେ ଭାବେ ରାଜସ୍ବ ବିଭାଗର ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର ରହିବେ | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଯୋଗାଣ ଅଧିକାରୀ ଭଞ୍ଜନଗର ଶ୍ରୀ ଲିଙ୍ଗରାଜ ବେହେରା, ତହସିଲଦାର ଭଞ୍ଜନଗର ଆଲୋକ କୁମାର ପ୍ରଧାନ, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା, ଧରାକୋଟ ତହସିଲଦାର କବିରାଜ ପ୍ରଧାନ ସୋରଡ଼ା ତହସିଲଦାର ଆର. କେ ମିଶ୍ର ସମେତ ଅତିରିକ୍ତ ତହସିଲଦାର, ଭଞ୍ଜନଗର ଆର. ଏମ. ସି ସେକ୍ରେଟାରୀ ଦିନମଣି ଗୌଡ଼, ଏ. ଆର. ସି. ଏସ ଆସ୍କା ଏଲ. ଏନ ବେହେରା, ମିଶନ ଶକ୍ତି ର ସମସ୍ତ ବିପିସି, ସମସ୍ତ ଏମ.ଆଇ, ଏବଂ ମୀଲର ମାନେ ଉପସ୍ଥିତ ଥିଲେ | କିଭଳି ଚଳିତ ବର୍ଷ ସୁରୁଖୁରୁରେ ଧାନ ସଂଗ୍ରହ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଭଞ୍ଜନଗର ଉପଜିଲ୍ଲାପାଳ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO