
ବେଲଗୁଣ୍ଠା-ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବାଣତୁମ୍ବ ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ବାଇକକୁ ପଛପଟୁ ଧକ୍କା ଦେବା ଫଳରେ ବାଇକର ପଛପଟେ ବସିଥିବା ଜଣେ ଯୁବକ ଗୁରୁବାର ଆହତ ହୋଇଥିବା ଜଣାପଡିଛି ।ମିଳିଥିବା ସୂଚନା ପ୍ରକାରେ, ତାମନାଡ ଗ୍ରାମର ଗନ୍ଧର୍ବ ନାୟକଙ୍କ ପୁଅ ମାଧବ ନାୟକ ଓ ତାଙ୍କ ଦାଦା ମିଟୁ ନାୟକ ତାମନାଡରୁ କୌଣସି କାମରେ ଏକ ଟିଭିଏସ୍ ଆପାଚି ମୋଟର ସାଇକେଲରେ(ଓଡି୨୫କେ୧୯୮୧)ରେ ଭଞ୍ଜନଗର ଯାଉଥିଲେ ।ମିଟୁ ବାଇକ୍ ଚଲାଉଥିବା ବେଳେ ମାଧବ ପଛପଟେ ବସିଥିଲେ । ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବ ଗ୍ରାମଠାରେ ଏକ ଟ୍ରକ (ଓଡି୦୪ପି୪୨୩୨) ଦ୍ରୁତ ଗତିରେ ଆସି ବାଇକର ପଛପଟୁ ଧକ୍କା ଦେବା ଫଳରେ ଦୁଇ ମିଟୁ ଓ ଗନ୍ଧର୍ବ ଛିଟିକି ହୋଇ ପଡିଥିଲେ ।
ମିଟୁ ସାମାନ୍ୟ ଆହତ ହୋଇଥିବା ବେଳେ ମାଧବ ଚେତାଶୁନ୍ୟ ହୋଇ ପଡିଥିଲେ ।ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବେଲଗୁଣ୍ଠା ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ଦୁହିଁଙ୍କୁ ଉଦ୍ଧାର କରି ନିଜ ଗାଡିରେ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ମିଟୁର ଚିକିତ୍ସା କରାଯାଇଥିବା ବେଳେ ମାଧବକୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ପଠାଇଥିବା ଜଣାପଡିଛି ।ଘଟଣା ଘଟାଇ ଟ୍ରକଟି ଦ୍ରୁତ ଗତିରେ ପଳାଇଯାଉଥିବା ବେଳେ ବେଲଗୁଣ୍ଠା ପୋଲିସ ପିଛା କରି ଟ୍ରକକୁ ଭଞ୍ଜନଗର ନିକଟରେ ଧରିଥିବା ଜଣାପଡିଛି । ବେଲଗୁଣ୍ଠା ଫାଣ୍ଡିରେ ଡ୍ରାଇଭର ଅଟକରହିଥିବା ସୂଚନା ମିଳିଛି ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO