
ଗାଙ୍ଗପୁର, ଆଜି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ଭାଗ ତରଫରୁ ଉତ୍ତର ଘୁମୁସର ବନଖଣ୍ଡ ଅଧୀନସ୍ଥ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନର ସୁନାପଲ୍ଲୀ ବଞ୍ଜରର ବନ ସଂରକ୍ଷଣ ସମିତି କାର୍ଯ୍ୟକାରିଣୀ ସଭ୍ୟାଙ୍କୁ ଅଣୁ ଯୋଜନା କାର୍ଯ୍ୟକIରୀ ଦଳ ଓ ମହିଳା କାର୍ଯ୍ୟକାରିଣୀ ଦଳଙ୍କ ପାଇଁ ଅଣୁ ଯୋଜନା ପ୍ରସ୍ତୁତି ସମ୍ଵନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଠିପଡା ରାଜସ୍ଵ ନିରୀକ୍ଷକ ନୃସିଂହ ଜେନା, ପିଏମସି ଟିମ୍ ଲିଡର୍ କ୍ରିଷ୍ଣା କୁମାର,ପିଏମସି ଏକ୍ସପର୍ଟ ସୁଦର୍ଶନ ଦେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅଣୁ ଯୋଜନାର ଉପଯୋଗିତା ଏବଂ ଏହି ଯୋଜନାର କାର୍ଯ୍ୟକାରିତା ଦିଗରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ I ଡ଼ିଭିଜନ ଅଫିସ୍ ରୁ ଆସିଥିବା ଏସ୍.ଏମ.ଏସ୍ ଶାନ୍ତନୁ କୁମାର ସାହୁ ଏବଂ କାହ୍ନୁ ଚରଣ ସାହୁ ଅଣୁ ଯୋଜନାର ପ୍ରସ୍ତୁତି ଓ କାର୍ଯ୍ୟକାରିତା ଦିଗରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସୁନାପଲ୍ଲୀ ବଞ୍ଜରର ଦଶ ହେକ୍ଟର ଜମିରେ ବୃକ୍ଷ ରୋପଣ କରାଯିବାକୁ ଆଲୋଚନା କରାଯିବା ସହିତ ଜଙ୍ଗଲକୁ ଜନ ସାଧାରଣଙ୍କ ଜୀବନ ଜୀବିକାର ମାଧ୍ୟମ କରାଯାଇ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟର ଊନ୍ନତ ବଜାର ସୃଷ୍ଟି ନିମନ୍ତେ ଆଗକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ଏବଂ ବନପାଳ ଜିତେନ୍ଦ୍ର କୁମାର ମଲ୍ଲିକ୍ ପ୍ରକାଶ କରିଥିଲେ I ବନରକ୍ଷୀ ବିଜ୍ଞାନୀ ବେହେରା ଏବଂ ମନୋଜ ନାୟକ କାର୍ଯ୍ୟକ୍ରମର ଅବଧି ଓ ରୂପାୟନ ବିଷୟରେ ଆଲୋଚନା କରିଥିଲେ I ଏଫ.ଏମ.ୟୁ କୋର୍ଡିନେଟର ସନ୍ତୋଷ କୁମାର ଡାକୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ସାହୁ ଅଣୁ ଯୋଜନା କାର୍ଯ୍ୟକାରିତାରେ ଲୋକଙ୍କ ସହଭାଗିତା, ସମ୍ବଳ ମାନଚିତ୍ର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ I ପିଏନଜିଓ ସଦସ୍ୟ କୈଳାସ ଦାସ, ଅଶୋକ ତ୍ରୀପାଠୀ ଏବଂ ପ୍ରିୟଦର୍ଶିନୀ ପ୍ରଧାନଙ୍କ ସମେତ ଜଙ୍ଗଲ କର୍ମଚାରୀ ଅମିତ୍ କୁମାର ସାବତ, ଶିବ, ଉତ୍ତମ, ବନ ସଂରକ୍ଷଣ ସମିତି ସଭାପତି ଏବଂ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO