
ମାଲକାନଗିରି– ଅର୍କ କ୍ଷେତ୍ର କୋଣାର୍କରେ କୋଣାର୍କ ମହୋତ୍ସବ ପାଳନ ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ପୁସ୍ତକ ମେଳା କମିଟି ସହଯୋଗରେ ଆୟୋଜିତ ପଞ୍ଚମ କୋଣାର୍କ ପୁସ୍ତକ ମେଳା -୨୦୨୦ ର ଏକ ପୁସ୍ତକ ମେଳା ସହ ସ୍ବତନ୍ତ୍ର ସାରସ୍ବତ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ଜିଲ୍ଲାର ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କରୁଣାକର ମଲିକ ଙ୍କୁ ” କୋଣାର୍କ ପୁସ୍ତକ ମେଳା -୨୦୨୦ ସମ୍ମାନ” ରେ ସମ୍ମାନିତ କରାଯାଇଛି l ଶ୍ରୀ ମଲିକ ଜଣେ ଆଦର୍ଶ ଶିକ୍ଷକ, କବି, ପରିବେଶ ବିତ୍, ସମାଜ ସେବୀ ତଥା ସୁସଂଗଠକ ଭାବେ ସମଗ୍ର ଓଡ଼ିଶାରେ ବେଶ୍ ଜଣାଶୁଣା । ସମାଜ ସେବୀ ତଥା ପୁସ୍ତକ ମେଳା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପଦ୍ମଶ୍ରୀ ପ୍ରଭାକର ମହାରଣା ଉଦ୍ଘାଟନ କରିଥିବା ବେଳେ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମାନ୍ୟବର ସୂଚନା ପ୍ରଯୁକ୍ତି, କ୍ରୀଡା, ଯୁବ ବ୍ୟାପାର ମନ୍ତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପୁସ୍ତକ ହେଉଛି ମଣିଷ ଜୀବନର ଜ୍ଞାନର ଭଣ୍ଡାର ଓ ପୁସ୍ତକ ଅଧ୍ୟୟନ କରିବା ଏକ ଜ୍ଞାନୀ ବ୍ୟକ୍ତିର ଲକ୍ଷଣ ବୋଲି ଅଭିହିତ କରିଥିଲେ।ମୁଖ୍ୟ ବକ୍ତା ଭାବେ “ଚିର ସନ୍ଧାନ”ର ସମ୍ପାଦକ ଶ୍ରୀଯୁକ୍ତ ପାର୍ଥ ସାରଥି ଅଜୟ ବାରିକ ବହି ଲେଖିବା ଓ ପଢିବା ଦ୍ଵାରା ବ୍ୟକ୍ତିର ଜ୍ଞାନ ବୃଦ୍ଧି ସହ ସମାଜ ଶୃଙ୍ଖଳିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ଦଳାଇ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ପୁରୀ , ଶ୍ରୀଯୁକ୍ତ ସ୍ବାଧିନ ନାୟକ, ଅଧ୍ୟକ୍ଷ, ଅସ୍ତରଙ୍ଗ ପଞ୍ଚାୟତ ସମିତି, ଡଃ ଅଲେଖ ଚନ୍ଦ୍ର ପଢିଆରି, ପ୍ରାକ୍ତନ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ଡଃ ଦିଲ୍ଲୀପ କୁମାର ସେନାପତି, ଅଧ୍ୟକ୍ଷ,,ପ୍ରାଚୀ ମହାବିଦ୍ୟାଳୟ ବାଙ୍ଗୁରୀଗାଁ, ଅଜୟ କୁମାର ସ୍ବାଇଁ ଗାଳ୍ପିକ, ପଦ୍ମନାଭ ତ୍ରିପାଠୀ ଶିକ୍ଷାବିତ୍, ପ୍ରକାଶ ଚନ୍ଦ୍ର ଖଟେଇ, ସମ୍ପାଦକ ବାନର ସେନା, ପୁସ୍ତକ ମେଳା କମିଟିର ସଭାପତି ଉମେଶ ଚନ୍ଦ୍ର ସ୍ବାଇଁ, ସମ୍ପାଦକ ପ୍ରତାପ କୁମାର ରାଉତ, ସମେତ ସମସ୍ତ କର୍ମକର୍ତ୍ତା ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ପ୍ରତିଷ୍ଠାତା ବଳରାମ ତରାଇ, ସମ୍ପାଦିକା ସରସ୍ବତୀ ନାୟକଙ୍କ ସମେତ ଅନେକ ପୁସ୍ତକ ଓ ସାରସ୍ୱତ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲାରୁ ପ୍ରଥମ କରି ଏହି ସମ୍ମାନରେ ସମ୍ମାନିତ ଶ୍ରୀ ମଲିକଙ୍କୁ ବୁଦ୍ଧିଜୀବି ତଥା ସାହିତ୍ୟିକ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି। ଏହି ଅବସରରେ କବିତା ସଙ୍କଳନ ” ପ୍ରଥମ ପରିଚୟ ” ଉପସ୍ଥିତ ଅତିଥି ଓ କବିକବୟିତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO