
ନୂଆଦିଲ୍ଲୀ– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହା ଯାଇଛି ଯେ, ଅଳ୍ପ ସମୟ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହୋଇପାରିବ ନାହିଁ । ଅନ୍ୟପଟରେ ଯଦି ପର୍ଯ୍ୟାପ୍ତ ପରିମାଣରେ ଟିକା ନ ଆସୁଛି, ତାହେଲେ ସମସ୍ତଙ୍କୁ ଏହା ଦିଆଯାଇପାରିବ ନାହିଁ । ଏଥି ପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିବା ଉଚିତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବରିଷ୍ଠ ଜରୁରୀକାଳୀନ ବିଶେଷଜ୍ଞ ମାଇକ ରେୟାନ ବୁଧବାର କହିଛନ୍ତି ଯେ, କରୋନା ଟିକା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ ନାହିଁ । ତେଣୁ କରୋନାକୁ ପରାସ୍ତ କରିବାକୁ ହେଲେ କିଛି ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବା ଦରକାର ଅଛି ।
ସାମାଜିକ ଗଣମାଧ୍ୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମାଇକ ରେୟାନ କହିଛନ୍ତି ଟିକା ପ୍ରସ୍ତୁତ ହେବା ପରେ ଆମେ ଏହା ଆଶା କରିପାରିବା ନାହିଁ ଯେ କରୋନା ସଂକଟ ହ୍ରାସ ପାଇଯିବ । କାରଣ ଆରମ୍ଭରୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଉତ୍ପାଦନ ସହଜ ନୁହେଁ । ଏଥିପାଇଁ କରୋନାରୁ ବର୍ତ୍ତିବା ଲାଗି ଆମକୁ ସାମଜିକ ଦୂତା, ମାସ୍କ ପିନ୍ଧିବା ଭଳି ଉପାୟ ଅବଲମ୍ବନ କରିବା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO