
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ନମ୍ବର ଜାତୀୟ ରାଜପଥର ହାଣ୍ଡିଆ (ପ୍ରୟାଗରାଜ)ରୁ ରାଜାତଲାବ (ବାରାଣସୀ)କୁ ସଂଯୋଗ କରୁଥିବା ୬ ଲେନ ବିଶିଷ୍ଟ ରାସ୍ତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ୭୩ କିମି ବିଶିଷ୍ଟ ଏହି ସଡ଼କ ପାଇଁ ୨ ହଜାର ୪୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାସ୍ତା ଲୋକାର୍ପଣ ହୋଇଯିବା ପରେ ବାରାଣସୀରୁ ପ୍ରୟାଗରାଜ ୧ ଘଣ୍ଟା ରାସ୍ତା କମ ହୋଇଯିବ ।
ବାରାଣସୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଦେବ ଦୀପାବଳି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏତଦ ବ୍ୟତୀତ ସେ କାଶୀ ବିଶ୍ୱନାଥ ମନ୍ଦିର ଓ ସାରନାଥ ପ୍ରତ୍ନତାତ୍ତ୍ୱିକ ଅଂଚଳର ପରିଦର୍ଶନ କରିବେ । ବାରାଣସୀର ରାଜଘାଟ ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଦୀପ ଜଳାଇବେ । ଏହା ପରେ ଗଂଗା ନଦୀ କୂଳରେ ୧୫ ଲକ୍ଷ ଦୀପ ଜଳିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO