ଭୋପାଳ । ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧,୬୩୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୦୩,୨୩୧ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୩,୨୩୭ଜଣଙ୍କର ମୃତ୍ୟୁ ଘଟିଛି ।
ଆସାମରେ କରୋନାର ମାମଲା ୨,୧୨,୪୮୩ ରେ ପହଂଚିଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୧୬୩ ଟି ନୂଆ ମାମଲା ସାମନାକୁ ଆସିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨,୧୨,୪୮୩ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।