
ମଣ୍ଡି– ହିମାଚଳ ପ୍ରଦେଶର ଚଣ୍ଡିଗଡ – ମନାଲୀ ରାଷ୍ଟ୍ରୀୟ ରାଜପଥର ମଣ୍ଡି ନିକଟରେ ପୁଲ ଘରାଟ ପାଖରେ ଏକ ପିକ ଅପ ଭ୍ୟାନ ଅନିୟନ୍ତ୍ରିତ ହୋଇ ନଦୀରେ ପଡି ଯାଇଥିବାରୁ ସାତ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ସୋମବାର ଭୋର ତିନିଟାରେ ଘଟିଛି । ଏଥିରେ ବାହନ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତି କରା ଯାଇଛି । ମୃତକ ମାନେ ବିହାରର ଶ୍ରମିକ ହୋଇଥିବା ଜଣା ପଡିଛି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସଦର ଥାନା ଏସଏଚଓ ବିନୋଦ କୁମାର ଠାକୁର ତାଙ୍କର ଟିମଙ୍କ ସହ ଦୁର୍ଘଟଣାସ୍ଥଳରେ ପହଂଚି ନଦୀରେ ପଡିଥିବା ଶବକୁ ଉଦ୍ଧାର କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
ହିମାଚଳ ପ୍ରଦେଶର ମଣ୍ଡି ନିକଟରେ ହୋଇଥିବା ଦୁର୍ଘଟଣା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ହିମାଚଳର ମଣ୍ଡି ଦୁର୍ଘଟଣାର ଖବରରେ ଖୁବ ଦୁଃଖିତ । ସରକାର ଉଦ୍ଧାର ଓ ସହାୟତା କାମ ଜାରୀ ରଖିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକ ମାନଙ୍କ ପରିବାରଲୋକଙ୍କ ପ୍ରତି ଗଭୀର ସମବେଦନା ପ୍ରକଟ କରିବା ସହ ଆହତଙ୍କ ଶୀଘ୍ର ସ୍ୱାସ୍ଥ୍ୟ ଲାଭର କାମନା କରୁଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO