
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦେଶର ଯବାନ ଓ ଦିବଙ୍ଗତ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ସହିତ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଗୁଣ୍ଡିଚା ଘର ସ୍ଥିତ ଲକ୍ଷ୍ମୀ ନୃସିହଂ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବଡ଼ଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସଙ୍ଗଠନ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ(ବୁଟିଆ)ଙ୍କ ନେତୃତ୍ୱରେ ଏକ ସମୂହ ପ୍ରାର୍ଥନା, ଦୀପଦାନ ସହିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ନିର୍ଦ୍ଦେଶକ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହାପାତ୍ର, ଉପଦେଷ୍ଟା କବି ଶଙ୍କର ପରିଡ଼ା, ଆଇନଜୀବୀ ଅଶୋକ ଦାଶ , ଶିକ୍ଷକ ରାଜକିଶୋର ସାହୁ, ସମାଜସେବୀ ଶଶିକାନ୍ତ ପରିଡା, ସୁଶାନ୍ତ ସାହୁ, ଯୁବ ସଙ୍ଗଠକ ନେତ୍ରାନନ୍ଦ ବିଶୋଇ, ଆଇନଜୀବୀ ପ୍ରଦୀପ୍ତ କୁମାର ଦାଶ, ରସାନନ୍ଦ ବିଶୋଇ, ବିରଞ୍ଚି ନାରାୟଣ ମହାନ୍ତି, ରଘୁନାଥ ଗୋଛାୟାତ, ବିଜୟ କୁମାର ମହାରଣା, ସଞ୍ଜୟ ମୁଦୁଲି, ଅଜୟ ସ୍ୱାଇଁ, ବଦ୍ରୀ ନାରାୟଣ ମହାନ୍ତି, ବିରଞ୍ଚି ନାରାୟଣ ଦାଶ, ନୀଳକଣ୍ଠ ସାହୁ, ଅଭିମନ୍ୟୁ ଜେନା, ବୃନ୍ଦାବନ ବିଶୋଇ, ବିନୋଦ ତ୍ରିପାଠୀ, ସିତାରାମ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO