-
ଦାବି ପୂରଣ ନ ହେଲେ ବିଜେଡି ଛାଡିବାକୁ ନିର୍ବାଚିତ ପ୍ରତିନିଧିଙ୍କ ଧମକ

ବ୍ରହ୍ମପୁର:କୁକୁଡ଼ାଖଣ୍ଡି ତହସିଲଦାର ଇପ୍ସିତା ମିଶ୍ର ଦାୟିତ୍ୱ ଗ୍ରହଣ କରିବା ଦିନରୁ ଲୋକଙ୍କୁ ସେବା ବଦଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ଲକ ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।ତେବେ ଏହି ଅବସରରେ ବ୍ଲକ ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ସ୍ଥାନୀୟ ଫାଷ୍ଟଗେଟ ବାଲ୍ୟ ଠାକୁରାଣୀ ମନ୍ଦିରରେ ଏକ ବୈଠକ ସଂଘ ସଭାପତି ସାରଥୀ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଏକତ୍ରିତ ହେବାକୁ ଆହ୍ୱାନ ଦିଆଯାଇ ଥିଲା।ସେହିଭଳି ସମିତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ କୌଣସି ଉନ୍ନୟନ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ରୋକଠୋକ କହିବାକୁ କଡା ନିନ୍ଦା କରାଯାଇ ଥିଲା।ସେହିଭଳି ଆକ୍ରୋଶ ମୂଳକ ଭାବେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ଅଣଦେଖା କରିବା ହେତୁ ବହୁ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି।ସେହିଭଳି ଆନ୍ଦ୍ର ଇଟା ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ହେତୁ ରାଜକୋଷରୁ ଲକ୍ଷାଧିକ ଟଙ୍କା ରାଜସ୍ବ ହାନି ହେଉଛି।ସେହିଭଳି କେବଳ ପ୍ରଚାର ପ୍ରସାର ଦ୍ୱାରା ତହସିଲ କାର୍ଯ୍ୟ ଚାଲିଥିବା ବହୁ ଜନ ପ୍ରତିନିଧି ଅଭିଯୋଗ କରିଥିଲେ.ଏଣୁ ତୁରନ୍ତ ଆସନ୍ତା ୨୫ ତାରିଖ ସୁଦ୍ଧା ତହସିଲଦାରଙ୍କୁ ବଦଳି କରି ଯୋଗ୍ୟ ତହସିଲଦାର ନିଯୁକ୍ତି ପ୍ରଦାନ ପାଇଁ ସଂଘ ଦାବି କରିଛି।ନଚେତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସମେତ ସରପଞ୍ଚ,ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଦଳରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।ଏଥିରେ ବ୍ଲକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର,ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ,ବ୍ରହ୍ମପୁର ସାଂସଦ ପ୍ରତିନିଧି ରଘୁ ପାତ୍ର,ଦିଗପହଣ୍ଡି ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ,ଗୋପାଳପୁର ବିଧାୟକ ପ୍ରତିନିଧି ଦିଲ୍ଲୀପ ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ସରପଞ୍ଚ ସଂଘ ସମ୍ପାଦକ ପ୍ରଦୀପ କୁମାର ବେହେରା,କୋଷାଧ୍ୟକ୍ଷ ସୀତାରାମ ସାହୁ,ପ୍ରଦୀପ କୁମାର ମଲଣା,ବିଷ୍ଣୁପ୍ରିୟା ପାତ୍ର,ନିରୂପମା ପାତ୍ର,ଉମା ଶଙ୍କର ସାମଲ,ମିନତୀ ବେହେରା,ପ୍ରଶାନ୍ତ କୁମାର ସ୍ୱାଇଁ,ସସ୍ମିତା ପଣ୍ଡା,ଉଷା ଦାସ,ଏ. ଚେନେୟା,ରାଧାରାଣୀ ଜେନା,ସଜନୀ ମହାରଣା,ହାଡୁବନ୍ଧୁ ବେହେରା, ଟି. ମିନତୀ ପାତ୍ର, ବସନ୍ତ ସାହୁ,ପିଙ୍କି ଦାସ,ପୁଷ୍ପାଞ୍ଜଳି ମଳିକ,ବିପ୍ରଚରଣ ନାୟକ, ସଞ୍ଜୟ ସାହୁ,ବନିତା ଗୌଡ଼, ଗୀତା ଦାସ,ପ୍ରଭାତୀ ପଟ୍ଟନାୟକ,ସଂଲକ୍ଷ୍ମୀ ସ୍ବାଇଁ,ପ୍ରଣୀତା ଦାସ,ସନ୍ତୋଷିନି ପ୍ରଧାନ,ଜ୍ୟୋନ୍ନା ସାହୁ,ମୀରା ସାହୁ,ରମେଶ ଚନ୍ଦ୍ର ସ୍ବାଇଁ,ନିରଞ୍ଜନ ମହାନ୍ତି, ଏମ୍ .ବିସିକେଶନଙ୍କ ସମେତ ବ୍ଲକର ବହୁ ନିର୍ବାଚିତ ପ୍ରତିନିଧି ଏବଂ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO