କୋଲକାତା– ବଙ୍ଗଳା ଫିଲ୍ମ ଜଗତର ସୁନାମଧନ୍ୟ ଅଭିନେତା ସୋମିତ୍ର ଚାଟାର୍ଜୀଙ୍କ ଶନିବାର ବିଳମ୍ବିତ ରାତ୍ରୀରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା । ଗତ ଅକ୍ଟୋବର ୬ ତାରିଖରେ ତାଙ୍କୁ ଦକ୍ଷିଣ କୋଲକାତା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଚିକିତ୍ସା ପରେ ୧୫ ଅକ୍ଟୋବରରେ ତାଙ୍କ ରିପୋର୍ଟ ନେଗେଟିଭ ହୋଇଥିଲା । ତଥାପି ସେ ଅନ୍ୟାନ୍ୟ ବୟସ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ । ଡାକ୍ତରଖାନା ପକ୍ଷରୁ ପ୍ରକାଶିତ ବିବୃତ୍ତିରେ କୁହାଯାଇଛି ଯେ ଶୁକ୍ରବାର ଠାରୁ ତାଙ୍କ ଶାରୀରିକ ଅବସ୍ଥା ବିଗିଡି ଯାଇଥିଲା । ହୃଦୟ ଏବଂ କିଡନୀ ସମସ୍ୟା ଦେଖା ଯାଇଥିଲା । ସେ ରାତି ୧୨.୧୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ବଙ୍ଗଳା ଚଳଚ୍ଚିତ୍ରର ଅନ୍ୟତମ ପୁରୁଣା ଅଭିନେତା ଥିଲେ ଏବଂ ତାଙ୍କ ନାମରେ ଅନେକ ସୁପରହିଟ୍ ଫିଲ୍ମ ରେ କାମ କରିଥିଲେ ।