
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋରୁଆଳ ୟତର ବିଭିନ୍ନ ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ନିୟନ୍ତ୍ରଣ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଉଛି । ପାଲା ମାଧ୍ୟମରେ ଲୋକେ କରୋନା ମହାମାରୀରୁ କିପରି ସୁରକ୍ଷିତ ରହି ପାରିଵେ ତାହା ଉପରେ ସଚେତନତା ରାଯାଇଥିଲା । ମାସ୍କ ପିନ୍ଧିବା, ସାମାଜିକଦୂରତା ଅବଲମ୍ବନ କରିବା, ଘର ବାହାରକୁ ଗଲେ ଏବଂ ବାହାରୁ ଘରକୁ ରିବା ବେଳେ ଭଲ କରି ହାତ ସାବୁନରେ ଧୋଇବା, ଘର ବାହାରେ ମଳତ୍ୟାଗ ନକରିବା, ସର୍ବସାଧାରଣ ସ୍ଥାନରେ
ଛେପ ଖଙ୍କାର ନପକାଇବା ଓ ଥଣ୍ଡା, ଜ୍ଵର, କାଶ,ଦେହ ହାତ ବିନ୍ଧା ହେବା ଏବଂ ଶ୍ୱାସ ନେବାରେ କଷ୍ଟ ଅନୁଭବ ରିବା ଇତ୍ୟାଦି ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ କିମ୍ବା ୧୦୪ କୁ ଜଣାଇବା ସମ୍ପର୍କରେ ପାଲା ମାଧ୍ୟମରେ ସଚେତନତା କରାଯାଇଥିଲା। ଗାୟକ ଅମରଜିତ୍ ମହାନ୍ତି ଓ ତାଙ୍କ ସହଯୋଗୀଙ୍କ ଦ୍ବାରା ପାଲା ପରିବେଷଣ କରାଯାଇଥିଲା ।ସ୍ବାସ୍ଥ୍ୟକର୍ମୀ ସଞ୍ଜୁକ୍ତା ପାଣିଗ୍ରାହୀ,ଅଙ୍ଗନବାଡି କର୍ମୀ ରୋଜାଲିନ୍ ମିଶ୍ର, ଗୀତାଞ୍ଜଳି ଉପାଧାୟ, ଜୟନ୍ତୀ ଜେନା, ଟିକିଲି ରାୟ, ତିଳୋତ୍ତମା ପ୍ରଧାନ, ଜୟନ୍ତୀ ବେହେରା, ସରସ୍ବତୀ ବେହେରା, ଚନ୍ଦ୍ରକଳା ସିଂହଦେଓ, ରୀତାଞ୍ଜଳି ଜେନା, ଆଶାକର୍ମୀ ହେମଲତା ଭୋଳ, ରଞ୍ଜୁକ୍ତା ସେଠୀ, ପ୍ରତିମା ପ୍ରଧାନ, କବିତା ଭୋଇ,ମନୋରମା ନାୟକ , ଟୁନି ଭୋଇ, ଗୀତାଞ୍ଜଳି ମଲ୍ଲିକ ଓ ୱାର୍ଡସଭ୍ୟ ପ୍ରମୋଦ ରାଉତ, ଭାନୁମତି ମାଛୁଆ ଓ ଜୟନ୍ତୀ
ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO