
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ସୁଲେଖା ସାହିତ୍ୟ ଓ ସଂସ୍କୃତି ପରିଷଦ, ପୁରୀ ତରଫରୁ ପ୍ରକାଶ ପାଇ ଆସୁଥିବା ସାହିତ୍ୟ ପତ୍ରିକା ” ସୁଲେଖା ” ର ୪0 ବର୍ଷ ପୂର୍ତ୍ତି ଅବସରରେ ଏହାର ବାର୍ଷିକ ଦୀପାବଳି ବିଶେଷାଙ୍କ ଗୋବର୍ଦ୍ଧନ ପୀଠର ପୀଠଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି |ପତ୍ରିକାକୁ ଲୋକାର୍ପିତ କରି ଶ୍ରୀମନ୍ଦିର ର ଇତିହାସ, ନୀତିର ବୈଶିଷ୍ଟ୍ୟ ପ୍ରତିପାଦନ କରିବା ସହିତ ନାଗାର୍ଜୁନ ବେଶ ଓ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥ ସୁରକ୍ଷା ସମ୍ପର୍କରେ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ଆଲୋକପାତ କରିଥିଲେ |
ଉକ୍ତ ଲୋକାର୍ପଣ ପର୍ବରେ ସୁଲେଖାର ମୁଖ୍ୟ ସମ୍ପାଦକ ସର୍ବଶ୍ରୀ ସଦାଶିବ ମିଶ୍ର, ଆଦିତ୍ୟ ବାହିନୀ ମୁଖ୍ୟ ମନୋଜ କୁମାର ରଥ, ଶ୍ରୀକ୍ଷେତ୍ର ଲେଖକ ସାମୁଖ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ରଥ, ବରିଷ୍ଠ ସାହିତ୍ୟିକ ଶିବ ସୁନ୍ଦର ମିଶ୍ର, ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ସମ୍ପାଦକ ଶ୍ରୀ ରବୀନ୍ଦ୍ର ନାଥ ପଟ୍ଟନାୟକ, ଅଭିନନ୍ଦନୀକାର ସମ୍ପାଦକ ଶ୍ୟାମପ୍ରକାଶ ସେନାପତି, ଗୀତିକବି ବିମଳ କୃଷ୍ଣ ଦାସ, ଶ୍ରୀମନ୍ଦିର ସେବାୟତ ଲଷ୍ମୀଧର ଖୁଣ୍ଟିଆ, ମଠର ଆଚାର୍ଯ୍ୟ ଓ ସନ୍ୟାସୀ ମାନେ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO