
ପୁରୀ– କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳୀରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ କରାଯାଉଥିବା ପୟା ଶ୍ରାଦ୍ଧରେ କାଉଁରିଆ କାଠି ଜାଳିବା ଉପରେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଥିବାରୁ ସେତେଟା ଭିଡ଼ ଦେଖିବାକୁ ମିଳିନାହିଁ । ଖୁବ୍ କମ୍ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିର ଚାରିପାଖରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ ଦେଉଥିବାର ଦେଖିବାକୁ ମିଳିଥିଲା । ତାହା ପୁଣି ମୁହଁରେ ମାସ୍କ ପିନ୍ଧି, ସାମାଜିକ କଟକଣାକୁ ମାନି ।
ସେହିପରି ଅନ୍ୟ କେତେକ ଶ୍ରଦ୍ଧାଳୁ ସ୍ୱର୍ଗଦ୍ୱାର ନିକଟ ସମୁଦ୍ର ଓ ଦିଗବାରିଣୀ ଖୁଂଟ ସମ୍ମୁଖ ସମୁଦ୍ର କୂଳରେ ପୟା ଶ୍ରାଦ୍ଧ ଦେଇଛନ୍ତି ।
ପ୍ରକାଶ ଥାଉକି, ଚଳିତ ବର୍ଷ ଦୀପାବଳୀରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ଶ୍ରଦ୍ଧାଳୁଙ୍କ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରୀ କରାଯାଇଛି । ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ ସାରି ଫେରିଯିବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ଅନୁରୋଧ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO