
ନୂଆଦିଲ୍ଲୀ, ଆଜି ସନ୍ଧ୍ୟା ୬.୩୦ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେଏନୟୁ କ୍ୟାମ୍ପସରେ ସ୍ୱାମୀ ବିବେକାନନ୍ଦଙ୍କ ପୂର୍ଣାବୟବ ପ୍ରତିମୂର୍ତି ଉନ୍ମୋଚନ କରିବେ । ଭିଡିଓ କନଫରେନ୍ସ ଜରିଆରେ ହେଉଥିବା ଏହି ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଓ ଆଭିମୁଖ୍ୟ ଏବେ ମଧ୍ୟ ଦେଶର ଯୁବ ସମାଜକୁ ଅନୁପ୍ରାଣିତ କରୁଛି । ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥିବା ଏହି ମହାନ ବ୍ୟକ୍ତିତ୍ୱଙ୍କ ପାଇଁ ଭାରତ ବିଶେଷ ଭାବେ ଗର୍ବିତ । ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଆଜି ମଧ୍ୟ ଉପଯୋଗୀ । ଜନତାଙ୍କ ସେବା କରିବା ସହ ଯୁବ ସମାଜକୁ ସଶକ୍ତ କଲେ ତାହା ଦେଶକୁ ସମୃଦ୍ଧ କରିବା ସହ ବିଶ୍ୱରେ ଦେଶର ମର୍ଯ୍ୟାଦା ବୃଦ୍ଧି କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ଶକ୍ତି ଓ ସମୃଦ୍ଧି ଲୋକମାନଙ୍କଠାରେ ହିଁ ଅନ୍ତର୍ନିହିତ । ତେଣୁ ସମସ୍ତଙ୍କୁ ସଶକ୍ତ କରିପାରିଲେ ତାହା ଦେଶକୁ ଆତ୍ମନିର୍ଭର ଭାରତ କରିପାରିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO