
କୈଳାଶ ଚନ୍ଦ୍ର ପଣ୍ଡା,କଟକ ,କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ମଦନ ମୋହନ ଦେବ ଙ୍କ ପ୍ରାଙ୍ଗଣରେ ସାତଦିନ ଧରି ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଅଛି |ଆଜି ପଞ୍ଚମ ଦିବସରେ ବାଲ୍ୟ ଲୀଳା ବିଷୟବସ୍ତୁ ପ୍ରବଚନ ମାଧ୍ୟମରେ ବ୍ୟାଖ୍ୟା କରିଥିଲେ କଥାବ୍ୟାସ ପଣ୍ଡିତ ରାମ ନିରଞ୍ଜନ ଦାସ ମହାରାଜ |ଏହି ପ୍ରବଚନ ମାଧ୍ୟମରେ ସେ ଶ୍ରୀକୃଷ୍ଣ ଜନ୍ମ, କୃଷ୍ଣ ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ, ପୁତନା ବଦ୍ଧ, କରବଟ ଉତ୍ସବ, ଶକଟାଶୂର ବଦ୍ଧ, ତୃଣାବର୍ତ୍ତ ଉଦ୍ଧାର କଥା, କୃଷ୍ଣ ବଳରାମ ନାମକରଣ ସଂସ୍କାର ଲୀଳା, କୃଷ୍ଣ ମାଖନ ଚୋରି, ଗୋପୀମାନଙ୍କ ମା ଙ୍କୁ ଶିକାୟତ, କୃଷ୍ଣ ମାଟି ଖାଇବା ଓ ବିରାଟ ରୂପ ଦର୍ଶନ, କୃଷ୍ଣ ଉଖଳ ବନ୍ଧନ ଲୀଳା, କୃଷ୍ଣ ଙ୍କ ଫଳବାଲି ଉପରେ କୃପା ପ୍ରଭୁତି ବିଷୟରେ ବୁଝାଇ ଥିଲେ |ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନେ ପଣ୍ଡିତ ଗୋପାଳ କୃଷ୍ଣ ଦାସଜୀ ମହାରାଜ,ଗୋବିନ୍ଦପୁର ମଠର ପିତାମ୍ବର ଦାସଜୀ ମହାରାଜ, ପରାୟଣ ବ୍ୟାସ ଶ୍ରୀ ପିତାମ୍ବର ଶୁକ୍ଲା, ଶିକ୍ଷକ ସୀତାକାନ୍ତ ପାଣିଗ୍ରାହୀ, କଣ୍ଠଶିଳ୍ପୀ ଦିଲ୍ଲୀପ ପାଣିଗ୍ରାହୀ, ସମାଜସେବୀ ଜୟପ୍ରକାଶ ମିଶ୍ର, ହରିବନ୍ଧୁ ପଣ୍ଡା, ଜଗନ୍ନାଥ ପଣ୍ଡା, ନରୋତ୍ତମ ପଣ୍ଡା,ବୈଦିକ ବ୍ରାହ୍ମଣ ଲଛମନ ପଣ୍ଡା, ସଂକୀର୍ତନ ଗାୟକ ବିଜୟ ମହାନ୍ତି,ଯଦୁମଣି ରଣା, ଶିକ୍ଷକ ବିଜୟ ମହାନ୍ତି, ସରୋଜ କୁମାର ଦାସ ଓ ବରପୁଟ ଗ୍ରାମର ଭାଗବତ ପ୍ରେମୀମାନେ ଉପସ୍ଥିତ ଥିଲେ |
କରୋନା ନିୟମକୁ ପାଳନ କରିବା ସହିତ ସାମାଜିକ ଦୂରତ୍ୱ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO