-
ପୁରୀ କୁ ସ୍ଵଚ୍ଛ ରଖିବା ପାଇଁ ପ୍ରଶାସନ ଦ୍ୱାରା ପୁରୀବାସୀଙ୍କ ଶପଥପାଠ,
-
ମାନ୍ୟଵର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଉପସ୍ଥିତିରେ ଶପଥପାଠ,

କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଏକ ସପ୍ତାହ ବ୍ୟାପି ସ୍ୱଛତା ସମ୍ବନ୍ଧୀୟ ସଚେତନତା ଧର୍ମୀ ଅଭିଯାନ ‘ ମୋ ଧାମ ମୋ ଗର୍ବ ‘ର ଉଦଯାପନୀ ଉତ୍ସବ ଆଜି ସକାଳ ୬.୦୦ ସମୟ ରେ ସ୍ଥାନୀୟ ବ୍ଲୁ ଫ୍ଲାଗ ବିଚ ରେ ପ୍ରାତଃ କାଳ ରେ ସମୁଦ୍ର ବେଳାଭୂମି ର ମନୋରମ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମାନ୍ୟଵର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ କୁ ବିଶ୍ୱର ଏକ ସର୍ବଶ୍ରେଷ୍ଠ ଧାମରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ , ପୁରୀ ପୌରପାଳିକା ଏବଂ ସମାଜର ସମସ୍ତ ବର୍ଗ ର ଲୋକଙ୍କ ପ୍ରୟାସ କୁ ସାଧୁବାଦ ଦେଇଥିଲେ ଏବଂ ଓଡ଼ିଶା ସରକାର ଏଥିରେ ସମସ୍ତ ସହଯୋଗ ପ୍ରଦାନ କରିଆସିଛନ୍ତି ଓ ଭବିଷ୍ୟତ ରେ କରିବେ ବୋଲି ପ୍ରତିଶୃତି ଦେଇ ଥିଲେ I ମାନ୍ୟଵର ବିଧାୟକ , ପୁରୀ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଅଭିଯାନ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଛତା ସମ୍ବନ୍ଧରେ ଅସାଧାରଣ ସଚେତନତା ସୃଷ୍ଟି ହୋଇଥିବା ସେ ଲକ୍ଷ୍ୟ କରିଛନ୍ତି ବୋଲି କହିଥିଲେ I
ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ପ୍ରାରମ୍ବିକ ଅଭିଭାଷଣ ପ୍ରଦାନ କରି ଏହି ଅଭିଯାନର ଦୂରଗାମୀ ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ , ସ୍ୱଛତା ଏବଂ ପବିତ୍ରତା କିପରି ପୁରୀ ସହରକୁ ଏକ ଶ୍ରେଷ୍ଠ ସହର ଏବଂ ପୃଥିବୀ ର ଏକ ଅନ୍ୟତ୍ତମ ବିଶିଷ୍ଟ ଧାମରେ ପରିଣତ କରିବ ତାହା ପ୍ରକାଶ କରିଥିଲେ I ପୁରୀ ପୌରପାଳିକା ଏକ୍ଜିକୁଟୀଭି ଅଫିସର ଶ୍ରୀ ବିଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ I ପୋଲିସ ବ୍ୟାଣ୍ଡ ତରଫରୁ ପ୍ରାରମ୍ଭରେ ଜାତୀୟ ସଂଗୀତ ଏବଂ ଶେଷ ରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା I ସ୍ୱଛତା ଅଭିଯାନରେ ଧଳା ବୋର୍ଡ ରେ ସାହି ସାହି ବୁଲି ସମସ୍ତ ବାସିନ୍ଦା ଙ୍କ ଠାରୁ ନିଆ ଯାଇଥିବା ଶପଥ ଦସ୍ତଖତ କୁ ପୃଷ୍ଟଭୁମିରେ ରଖି ସ୍ବଛସାଥୀମାନେ ଏବଂ ଉପସ୍ଥିତ ସମସ୍ତେ ପୁରୀ କୁ ସ୍ଵଚ୍ଛ ରଖିବା ପାଇଁ ଶପଥ ନେଇ ଥିଲେ I ମାନ୍ୟଵର ମନ୍ତ୍ରୀ ଶ୍ରୀ ଜେନା ଏହି ଶପଥ ପାଠ କରାଇଥିଲେ I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO