
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ପୁରୀ ଶ୍ରୀକ୍ଷେତ୍ର ମଞ୍ଚ କଳାକାରଙ୍କ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି | ଉଲ୍ଲେଖ ଯୋଗ୍ୟ କଳା କେବଳ ମନୋରଞ୍ଜନର ସାଧନ ନୁହେଁ ଏହା ଲୋକଙ୍କ ମଧ୍ୟରେ ସଂସ୍କାର, ଲୋକ ଶିକ୍ଷଣ, ଲୋକ ରଞ୍ଜନ, ଲୋକ ଜାଗରଣ ଓ ଲୋକ କଲ୍ୟାଣ ପାଇଁ ପ୍ରେରଣା ଏବଂ ପଥ ପ୍ରଦର୍ଶନ କାର୍ଯ୍ୟ କରିଥାଏ । କୋରନା ମହାମାରୀର ବିଭିଷିକା ମଧ୍ୟରେ ଏହି କଳାକାର ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ, ଶୈକ୍ଷିକ ଓ ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମ ସୋସିଆଲ ମିଡିଆ, ଟି.ଭି. ମୋବାଇଲ୍ ଆଦି ଦ୍ବାରା ପ୍ରଦର୍ଶନ ହେବା ଦ୍ବାରା ଗୃହ ବନ୍ଦୀ ଅବସ୍ଥାରେ ଥିବା ସମସ୍ତ ଜନସାଧାରଣ ମାନସିକ ଚାପଗ୍ରସ୍ତରୁ ମୁକ୍ତ ହୋଇପାରିଥିଲେ |ଏଣୁ ପ୍ରକୃତରେ କଳାକାର ମାନେ ହିଁ ପ୍ରଚ୍ଛଦ ପଟ୍ଟରେ ରହି ଲୋକମାନଙ୍କ ମଧ୍ୟରେ ନଥିବାର ଆତ୍ମବଳ ଓ ବିଶ୍ୱାସ ସୃଷ୍ଟି କରେ । ଜଣେ ଜଣେ କୋରନା ଯୋଦ୍ଧା ର ସାମାଜିକ ଦାୟିତ୍ବ ତୁଲାଇଛନ୍ତି । ଏପରିକି ଅନେକ କଳାକାର ପ୍ରତ୍ୟେକ ଭାବେ ସାମାଜିକ ସେବାର ତନ ମନ ଧନ ଦେଇ କାର୍ଯ୍ୟ ନିର୍ବାହ କରିଛନ୍ତି ।
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ କଳାକାର ମାନଙ୍କୁ ତ ଉପଯୁକ୍ତ ସମ୍ମାନ ଓ ସହୋଯୋଗ ମିଳିବା ପରିବର୍ତ୍ତେ ବର୍ତମାନ ସମୟରେ ମାଜର ସମସ୍ତ ଶ୍ରେଣୀ ବର୍ଗର ଲୋକ ମାନଙ୍କର ଜିବନ ଓ ଜୀବିକା କୁ ବଂଚାଇବା ପାଇଁ ସରକାରୀ କଟକଣାକୁ କୋହଳ କରାଯାଇ କର୍ମ କରିବାକୁ ଶ ଦିଆଯାଉଥିବା ସ୍ବତେ ଆମ୍ଭମାନଙ୍କ ପାଇଁ ସରକାରଙ୍କ ତରଫରୁ ଅଦ୍ୟାବି କୌଣସି ବ୍ୟବସ୍ଥା ବା ନିର୍ଦ୍ଦେଶ କରାଯାଇ ନାହିଁ । ଅନ୍ୟ ସମସ୍ତ ଜୀବିକା ଧାରୀ ତାଙ୍କର ଅସଳଡା କର୍ମକ୍ଷେତ୍ର ଓ ପସରା ପେଟିକୁ ସଜାଡି ବହିବାର ରାହା ଫିଟାଇ ଆସୁଥିବା ବେଳେ ଆମ ମଞ୍ଚ
କଳାକାରଙ୍କ କର୍ମକ୍ଷେତ୍ର ‘ଚ’ ଖୋଲିବାକୁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ ।ପରିବାର ପୋଷଣ ପାଇଁ ଓ ପେଟର ଜ୍ବାଳାର ଲାଘବ ପାଇଁ ଅଧିକାଂଶ କଳାକାର ନିଜର କଳା ସାଧନ ତ୍ୟାଗ ।କରି ଫୁଟପାଥ ବା ବୁଲା ବିକାଳି ଓ ଦିନ ମଜୁରିଆ କାର୍ଯ୍ୟ ଆପଣାଇ ସାରିଲେଣି । ଆଉ କେତେ ସ୍ଵାଭିମାନି କଳାକାର ଦ୍ୱନ୍ଦ୍ୱ ଦୋଛକିରେ ଠିଆହୋଇ ନିଜର କଳା ସାଧନ ସହିତ ନିଜର ମୃତ୍ୟୁକୁ ଅପେକ୍ଷା କରିଛନ୍ତି |ଯାହା ଫଳରେ ସଂସ୍କୃତି ପରମ୍ପରା ଓ କଳାର ଅବକ୍ଷୟ ହେବାଟା ସୁନିଶ୍ଚିତ ହୋଇବ ।ବ୍ୟଥା ଓ ସାଂପ୍ରତିକ ପରିସ୍ଥିତିକୁ ବିଚାର କରି ଆମ୍ଭମାନଙ୍କ ଦାବୀକୁ ସ୍ୱୀକୃତି ପ୍ରଦାନ କଲେ ଆମ୍ଭେମାନେ ଉପକୃତ ହେବୁ ବୋଲି ଜଣାଇଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO