
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି।ଏ ସଂକ୍ରାନ୍ତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ସୂଚନା ଯୋଗ୍ୟ ଯେ ସ୍ୱର୍ଗଦ୍ୱାର ସେବା ସମିତି ସୋସାଇଟି ରେଜିଷ୍ଟ୍ରେସନ ଆଇନ ଅନୁଯାଇ ଏକ ପଞ୍ଜିକୃତ ଅନୁଷ୍ଠାନ ଯାହା ସ୍ୱର୍ଗଦ୍ୱାର ସୁପରିଚାଳନା ପାଇଁ ଆଗକୁ କାର୍ଯ୍ୟ କରିବ।ଏହି ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି। ଅଧକ୍ଷ ଭାବରେ ଜିଲ୍ଲା ପାଳ ରହିଥିବା ବେଳେ, ଉପ ଜିଲ୍ଲାପାଳ ଆବାହକ ସମ୍ପାଦକ ଭାବରେ ରହିଛନ୍ତି । ସେହିପରି ଜିଲା ଆରକ୍ଷୀ ଅଧିକ୍ଷକ ,ଜେନେରାଲ ମ୍ୟାନେଜର (ଓଡ଼ିଶା ବନ ଉନୟନ),ପୌର ନିର୍ବାହୀ ଅଧିକାରୀ ଅନ୍ୟତମ ସଦସ୍ୟ ଭାବରେ ରହିବେ । ଜିଲ୍ଲା ପ୍ରୋଟୋକାଲ ଅଫିସର ଏହାର କୋଷାଧ୍ୟକ ଭାବରେ କାର୍ଯ୍ୟ କରିବେ । 
ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ସାମାଜିକ କାର୍ଯ୍ୟ ସହ ଜଡିତ ଥିବା ୩ଜଣ ବ୍ୟକ୍ତିବିଶେଷ ମଧ୍ୟ ଏହି ସମିତିର ସଦସ୍ୟ ରହିବେ । ସେମାନଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ । ପ୍ରକାଶଯୋଗ୍ୟ ସ୍ୱର୍ଗଦ୍ୱାର ବିକାଶ ପାଇଁ ରାଜ୍ୟସରକାର ୫କୋଟି ଟଙ୍କା ପ୍ରଦାନ କରିଛନ୍ତି।ଯାହାର ବିକାଶ ପ୍ରକ୍ରିୟା ଜିଲ୍ଲାପାଳଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଦୃତ ଗତିରେ ଚାଲିଛି । ଏହାର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଇବା ସହିତ ଶବକୁ ସମାନ,ଏବଂ ଶବ ସହ ଆସୁଥିବା ପରିଜନ ମାନଙ୍କୁ ଯେପରି ଉତ୍ତମ ସେବା ପାଇ ପାରନ୍ତି ସେଥିପାଇଁ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଆଗାମୀ ସମୟରେ ତାର ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ।ସ୍ୱର୍ଗଦ୍ୱାର ସେବା ସମିତିର କାର୍ଯ୍ୟକାରୀ କମିଟି ସ୍ୱର୍ଗଦ୍ୱାର ର ନୀତିଦିନିଆ କାର୍ଯ୍ୟକୁ ତଦାରଖ କରିବେ । ସ୍ୱର୍ଗଦ୍ୱାର ସେବା ସମିତିକୁ ସ୍ୱର୍ଗଦ୍ୱାର ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବାରୁ ଖୁବ ଶୀଘ୍ର ପୁରୀ ପୌରପାଳିକା ଠାରୁ କାର୍ଯ୍ୟ ଭାର ଗ୍ରହଣ ପାଇଁ ପଦକ୍ଷପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବାସମିତି ର ଆବାହକ ସମ୍ପାଦକ ଶ୍ରୀ ଭଵତାରଣ ସାହୁ ଜଣାଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO