
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର କୋଲକତା ଏବଂ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସାଂସଦ ପୁରୀ ଆନୁକୂଲ୍ୟରେ ଆଜି ଚାରିନଳା ସ୍ଥିତ କଦଳୀ ବାଡ଼ି ପାଟଣା ବିଦ୍ୟାଳୟ ପରିସରରେ କରୋନା ସମ୍ପକିତ ଏକ ଜନ ସଚେତନତା ସହ ସମ୍ବିଧାନ ଏବଂ ମୌଳିକ ଆଧିକାର ସମ୍ପକିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସାଧାରଣ ସମ୍ପାଦକ ହରେକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ କୋର୍ଟର ଅବସରପ୍ରାପ୍ତ ଯଜ ଜଷ୍ଟିସ ମାନସ ରଞ୍ଜନ ମିଶ୍ର , ସୁରଜମଲ୍ଲ ସାହା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରବୀନ୍ଦ୍ରନାଥ ମିଶ୍ର , ସ୍ବାସ୍ଥ୍ୟ ସହକାରୀ ରଘୁନାଥ ଦାଶ ଏବଂ ପ୍ରଫେସର ନିହାର ରଂଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ।
ସଭାକର୍ଯ୍ୟ ପ୍ରାରମ୍ଭରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିଗଣ ନିଜ ନିଜର ଅଭିଭାଷଣରେ ମହାମାରୀ କରୋନା ସଂକ୍ରମଣ ଠାରୁ ନିଜକୁ କିପରି ଦୁରେଇ ରଖିହେବ ସେ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା , ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀଙ୍କୁ ଅବଗତ କରେଇବା ସହ ଭାରତୀୟ ସମ୍ବିଧାନ ଓ ମୌଳିକ ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ପ୍ରଦୀପ୍ତ କୁମାର ମିଶ୍ର , ଲଷ୍ମୀ ନାରାୟଣ ପଣ୍ଡା , ବିଜୟ କୁମାର ଆପଟ , ଦୋଳ ଗୋବିନ୍ଦ ମିହାନ୍ତି , ବସୁଦେବ ଦାସ, ସରସ୍ୱତୀ ମହାନ୍ତି , ଅରୁଣ ଭଟାଚାର୍ଯ୍ୟ , ଅମୀୟ ପ୍ରସାଦ ନାଗ , ରାଜୀବ ରଥ , ପୁରୁଷତ୍ତମ ଦାସ ମହାପାତ୍ର , ରୁଦ୍ର ନାରାୟଣ ମିଶ୍ର , ବିକ୍ରମ ପରିଡା , ପ୍ରଦୀପ କୁମାର ନାୟକ ଏବଂ ଅଜିତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO