
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ଦିଲ୍ଲୀର ୫୧ତମ ବାର୍ଷିକ ସମାବର୍ତନ ସମାରୋହକୁ ସମ୍ବୋଧିତ କରିବେ । ଶନିବାର ଦିନ ୧୧ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାକୁ ସମ୍ବୋଧିତ କରିବାକୁ ଥିବାବେଳେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।
ଅନୁଷ୍ଠାନର ଡୋଗ୍ରା ହଲରେ ଏହି ସମାବର୍ତନ ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଖୁବ ସୀମିତ ଉପସ୍ଥାନ ରହିବ । ଅନଲାଇନ ୱେବକାଷ୍ଟ ଜରିଆରେ ସମାରୋହର ସମସ୍ତ ଘଟଣାବଳୀ ପ୍ରତ୍ୟେକ ସ୍ନାତକ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ପାଇଁ ଉପଲବ୍ଧ ହେବ । ସମାବର୍ତନ ସମାରୋହରେ ୨ ହଜାରରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀ, ପିଏଚଡି, ଏମ-ଟେକ, ମାଷ୍ଟର ଡିଗ୍ରୀ, ଏମବିଏ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଅନୁଷ୍ଠାନ ପକ୍ଷରୁ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ, ନିର୍ଦ୍ଦେଶକ ସ୍ୱର୍ଣ୍ଣ ପଦକ, ଡଃ ଶଙ୍କର ଦୟାଲ ଶର୍ମା ସ୍ୱର୍ଣ୍ଣ ପଦକ, ଏବଂ ପ୍ରତିଷ୍ଠାନର ରୌପ୍ୟ ପଦକ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO