
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗ୍ରହ ନକ୍ଷତ୍ର ଭୌତିକ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ବେଙ୍ଗାଲୁରୁ ଓ ସ୍ପେନର ଭୌତିକ ବିଜ୍ଞାନ ଇନଷ୍ଟିଚ୍ୟୁଟ ଡା ଆଷ୍ଟ୍ରୋଫିଜିସିଆ ଡା କାନାରିଆନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି । ଏହାଫଳରେ ଯେଉଁସବୁ କ୍ଷେତ୍ରରେ ବିକାଶ ଘଟିବ ତାହା ହେଲା –
(କ) ନୂତନ ବୈଜ୍ଞାନିକ ଉପଲବ୍ଧି
(ଖ) ନୂତନ ପ୍ରଯୁକ୍ତି ବିଦ୍ୟା
(ଗ) ଅଧିକ ବୈଜ୍ଞାନିକ ଜ୍ଞାନ ବିନିମୟ ଓ ତାଲିମ ବଳରେ ସାମର୍ଥ୍ୟ ବୃଦ୍ଧି
(ଘ) ଯୁଗ୍ମ ବୈଜ୍ଞାନିକ ପ୍ରକଳ୍ପ
ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଫଳରେ ସମ୍ମିଳିତ ପ୍ରକଳ୍ପ, ତାଲିମ କାର୍ଯ୍ୟକ୍ରମ, ସମ୍ମିଳନୀ ଓ ଆଲୋଚନାଚକ୍ର ଜରିଆରେ ପାରସ୍ପରିକ ଦକ୍ଷତା ଓ ବୈଷୟିକ ଜ୍ଞାନର ବିକାଶ ଘଟିବ । ଯୋଗ୍ୟ ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ବୈଷୟିକବିତ ମାନେ ଏହାଦ୍ଵାରା ବିଶେଷ ଉପକୃତ ହେବେ । ଦୂରବୀକ୍ଷଣ ଯନ୍ତ୍ରାଂଶ ପ୍ରଯୁକ୍ତିବିଦ୍ୟା ସହ ରୋବୋଟିକ ଟେଲିସ୍କୋପ ବିକାଶ ଓ ଭବିଷ୍ୟତ ପାଇଁ ଆବଶ୍ୟକ ବିଷୟ ଉପରେ ସମନ୍ଵୟ ରକ୍ଷାକାରୀ ଗବେଷଣା କରାଯାଇପାରିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO