
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ ମଞ୍ଜୁରି ମିଳିଛି । ଭାରତୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ୟୁକେ ଔଷଧ ଏବଂ ସ୍ଵାସ୍ଥ୍ୟସେବା ସାମଗ୍ରୀ ନିୟନ୍ତ୍ରଣ ସଂସ୍ଥା (ୟୁକେଏମଏଚଆରଏ) ମଧ୍ୟରେ ଏହି ବୁଝାମଣା ସ୍ଵାକ୍ଷରିତ ହୋଇଛି । ଏହି ବୁଝାମଣା ଯୋଗୁଁ ସିଡିଏସସିଓ ଏବଂ ୟୁକେଏମଏଚଆରଏ ମଧ୍ୟରେ ଫଳପ୍ରଦ ସମନ୍ଵୟ ଓ ତଥ୍ୟର ଆଦାନ ପ୍ରଦାନ ସହଜ ହେବ । ଭେଷଜ ସାମଗ୍ରୀ ନିୟନ୍ତ୍ରଣ ଓ ଆନ୍ତର୍ଜାତିକ ଦାୟିତ୍ଵ ସଙ୍କ୍ରାନ୍ତରେ ଏହି ରାଜିନାମା ବେଶ ଫଳପ୍ରଦ ହେବ । ଏହି ରାଜିନାମା ଯୋଗୁଁ ଦୁଇ ନିୟନ୍ତ୍ରକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ନିମ୍ନୋକ୍ତ ବିଷୟରେ ବିଶେଷ ସମନ୍ଵୟ ରକ୍ଷା କରାଯିବ ।
(1) ଫାର୍ମାସୀ ତଥ୍ୟ ନିରାପତ୍ତା ନେଇ ସତର୍କତା । ଏଥିରେ ଔଷଧପତ୍ର ଓ ମେଡିକାଲ ସାମଗ୍ରୀର ନିରପତ୍ତା ଅନ୍ତର୍ଭୁକ୍ତ ।
(2) ଉଭୟ ଭାରତ ଓ ୟୁକେ ମଧ୍ୟରେ ବୈଜ୍ଞାନିକ ସମ୍ମିଳନୀ, ପାଠ୍ୟଚକ୍ର ଓ ଆଲୋଚନାଚକ୍ରର ଆୟୋଜନ
(3) ଉତ୍ତମ ପରୀକ୍ଷାଗାର ପ୍ରାକ୍ଟିସ (ଜିଏଲପି), ଉତ୍ତମ କ୍ଲିନିକାଲ ପ୍ରାକ୍ଟିସ (ଜିସିପି), ଉତ୍ତମ ନିର୍ମାଣ ପ୍ରାକ୍ଟିସ (ଜିଏମପି), ଉତ୍ତମ ବଣ୍ଟନ ପ୍ରାକ୍ଟିସ (ଜିଡିପି) ଓ ଉତ୍ତମ ଫାର୍ମାସୀ ସତର୍କତା ପ୍ରାକ୍ଟିସ (ଜିପିଭିପି)
(4) ଉଭୟଙ୍କ ମଧ୍ୟରେ ସହମତି ଭିତ୍ତିରେ ସାମର୍ଥ୍ୟ ନିର୍ମାଣ
(5) ଉଭୟ ପକ୍ଷର ଭବିଷ୍ୟତ ନିୟନ୍ତ୍ରଣ କାର୍ଯ୍ୟକୁ ମଜଭୁତ କରିବା ସହ ପାରସ୍ପରିକ ବୁଝାମଣା
(6) ମେଡ଼ିସିନ ଓ ମେଡିକାଲ ସାମଗ୍ରୀ ସଂକ୍ରାନ୍ତ ତଥ୍ୟ ବିନିମୟ
(7) ଅଣଲାଇସେନ୍ସ ପ୍ରାପ୍ତ ରପ୍ତାନି ଓ ଆମଦାନୀ ନିୟନ୍ତ୍ରଣ ସଂକ୍ରାନ୍ତ ତଥ୍ୟ ବିନିମୟ
(8) ଅନ୍ତର୍ଜାତୀୟ କ୍ଷେତ୍ରରେ ସମନ୍ଵୟ
ଦୁଇ ପକ୍ଷ ମଧ୍ୟରେ ମେଡିକାଲ ସାମଗ୍ରୀ କ୍ଷେତ୍ରରେ ନିୟନ୍ତ୍ରଣ ସହ ଆନ୍ତର୍ଜାତିକ କ୍ଷେତ୍ରରେ ଉଭୟଙ୍କ ସମନ୍ଵୟ ବୃଦ୍ଧି ପାଇବ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO