
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,”ମୋ ଧାମ ମୋ ଗର୍ବ”ଅଭିଯାନ ଅଧିନରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟବହୃତ ଅଭଡା କୁଡୁଆ, ବଳିଯାଇଥିବା ପ୍ରସାଦ ଓ ଫୁଲ, ଫଳ ଚୋପା, ଦ୍ବିପ, ଧୂପକାଠି ଭଳି ବ୍ୟବହୃତ ପୂଜା ସାମଗ୍ରୀ ଆଦି ସୁବ୍ୟବସ୍ଥିତ ଭାବେ ଘରୁ ସଂଗ୍ରହ କରିବା ନିମନ୍ତେ ସ୍ବତନ୍ତ୍ର ଗାଡି କୈବଲ୍ୟ ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଏହାକୁ ଶ୍ରୀମନ୍ଦିର ନିକଟରେ ଶୁଭାରମ୍ଭ କରିଛନ୍ତି । ଏହି ରଥ ମଣିକର୍ଣ୍ଣିକା ସାହି, ହରଚଣ୍ଡି ସାହି, ଗୌଡବାଡ ସାହି, ଯମ୍ବେଶ୍ବର, ଗରାକୂଅ ଲେନ, ଢିପ ଯାଗା, ମହାସୁଆର ସାହି, ପାଳ ହରଚଣ୍ଡି, ଶୀତଳ ପିଣ୍ଡା, ଗୋଚ୍ଛିକାର ସାହି, ପଣାପ୍ରିୟ ଲେନ, ବିମାନବଡୁ ସାହି ଆଦି ଅଞ୍ଚଳର ଘର ଗୁଡିକରୁ ଏହି ସବୁ ସାମଗ୍ରୀ ସଂଗ୍ରହ କରାଯିବ । ଏହାକୁ ମୁଦୁଲି ଯାଗା ପଛପାଖ ନିର୍ଦ୍ଧିଷ୍ଟ ସ୍ଥାନରେ ରଖାଯିବ । ପ୍ରତ୍ୟେକ ଦିନ ସକାଳ ୯ ରୁ ୧୧ ଘଟିକା ପର୍ଯ୍ୟନ୍ତ ଏହି ଗାଡି ଚାଲିବ । ଭଜନ ସମ୍ରାଟ ଭିକାରୀ ବଳଙ୍କ କୋଠଭୋଗଖିଆ ଭଜନ ଏହି ରଥରେ ବାଜିବ ଯାହାଦ୍ବାରା ଏହି ସବୁ ସାମଗ୍ରୀ ସଂଗ୍ରହ ନିମନ୍ତେ ଗାଡି ଆସିବାର ସୂଚନା ମିଳିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ନୀତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ସେବାୟତ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO