
ବେଲଗୁଣ୍ଠା,ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ର୍ଘଟଣାର ପରିମାଣ ବୃଦ୍ଧି ପାଇବା ସହ ବହୁ ଧନ ଜୀବନ କ୍ଷତି ଘଟୁଛି l ବିଶେଷ କରି ବିଭିନ୍ନ ଅଟୋ ଏବଂ ଟ୍ରାକ୍ଟରର ଚଳାଉଥିବା ଅନଭିଜ୍ଞ ଚାଳକ ମାନଙ୍କ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି I ସେହିପରି ଗତକାଲି ଏକ ଡାଲା ଅଟୋ (OD32E6428 ) ପ୍ରଥମେ ସନ୍ଧ୍ୟା 6 ଘଣ୍ଟା 45 ମିନଟ୍ ସମୟରେ କୋକଲୁଣ୍ଡା ଛକରେ ନିଳାଞ୍ଚଳ ନାଇକ ଏବଂ ଦେବାଶୀଷ ସେନାପତି ଏକ ପଲ୍ସର୍ ବାଇକ୍ ରେ ଯାଉଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା I ଦୁଇ ଯୁବକ ତଳେ ଛିଟିକି ପଡିବା ପରେ ସେମାନଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା I ସେହିପରି 6 ଘଣ୍ଟା 50 ମିନଟ୍ ସମୟରେ ବଜାରକୁ ଚାଲି ଚାଲି ଯାଉଥିବା ଉଢୁରା ଗ୍ରାମର ନାରାୟଣ ସେନାପତିଙ୍କୁ ଧକ୍କା ଦେଇଥିଲା I ପରେ ସନ୍ଧ୍ୟା 7 ଘଣ୍ଟା ସମୟରେ ଏକ ହିରୋ ଗ୍ଲାମର ବାଇକ୍ ରେ ବର ଗାଁ ରୁ ନିଜ ଗ୍ରାମ ଉଢୁରାକୁ ଫେରୁଥିବା ଶ୍ରୀକାନ୍ତ ନାଇକଙ୍କୁ ଅଟୋଟି ସାମ୍ନାରୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା I ଫଳରେ ସେ ମଧ୍ୟ ତଳେ ପଡି ଗୁରୁତର ଭାବରେ ଆହତ ହୋଇଥିଲେ I ଏନେଇ ଶ୍ରୀକାନ୍ତଙ୍କ ବାପା ବିଧାନ ନାଇକ ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେଇଥିଲେ I ଏତାଲାକୁ ଭିତ୍ତି କରି ତଦନ୍ତ ଚଲାଇଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି I ସମସ୍ତ ଆହତ ବ୍ୟକ୍ତି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ବିଶେଷ ସୂତ୍ରରୁ ପ୍ରକାଶ I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO