
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ: ସ୍ୱଦେଶୀ ଜାଗରଣ ମଞ୍ଚ ପୁରୀ ତରଫରୁ ୱାର୍ଡ no 3,5,6,7,8 ରେ ଦତପନ୍ତଠେଙ୍ଗେଢିଜିଙ୍କ ଜନ୍ମ ଶତାବ୍ଦୀ କାର୍ଯ୍ୟକ୍ରମ ଓ ଆତ୍ମନିର୍ଭରଶୀଳ ଭାରତ ଓ ସ୍ୱରୋଜଗାର କାର୍ଯ୍ୟକ୍ରମ devil resort ଷଣ୍ଡ ଜାଗା ଲୋକନାଥ ରୋଡ ନିକଟରେ ଅନୁଷ୍ଠିତ ହୋଇଥିଲା |ଏଥିରେ ସ୍ୱଦେଶୀ ଜାଗରଣ ମଞ୍ଚ ର ପ୍ରାନ୍ତ ସଂଘର୍ଷ ବାହିନୀ ପ୍ରମୁଖ ସଚିନନ୍ଦନ ଦାଶ ଯୋଗ ଦେଇ ଦତପନ୍ତଠେଙ୍ଗେଢିଜିଙ୍କ ଜୀବନୀ ଓ ଦେଶର ଅର୍ଥନୀତି ଓ ବିକାଶ ପାଇଁ ସ୍ୱଦେଶୀ ଏକମାତ୍ର ବିକଳ୍ପ ,ଜୀଵନ ରେ ସ୍ୱଦେଶୀ କୁ ଏକ ବ୍ରତ ରୂପେ ପାଳନ କରିବା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ | ଆଗାମୀ ଦୀପାବଳୀ ରେ ଘରେ ଘରେ ମାଟି ଦୀପ ଜାଳି ଚାଇନା ଲାଇଟ ଓ ବାଣ କୁ ନିଷେଧ କରିବା ପାଇଁ ସଭା ରେ ଶପଥ ଗ୍ରହଣ କରାଯାଇଥିଲା | କାର୍ଯ୍ୟକ୍ରମ ରେ ଗୋବିନ୍ଦ ସାହୁ, ଲଷ୍ମୀପ୍ରିୟା ସାହୁ, ସବିତା ବିଶୋଇ, ବିଭୁ ପ୍ରସାଦ ଦାଶ,ନୀଳମଣି ସାହୁ, ଅଶୋକ କୁମାର ଦାଶ ଦତପନ୍ତଠେଙ୍ଗେଢିଜିଙ୍କ ବିଷୟ ଉପରେ ଆଲୋକପାତ କରିଥିଲେ ସ୍ଥାନୀୟ ସମାଜସେବୀ ମାନନୀୟ କୃଷ୍ଣଚନ୍ଦ୍ର ପଣ୍ଡା ସଭା ରେ ଉପସ୍ଥିତ ରହି ଲୋକାଲ ଜିନିଷ କିଣିବାକୁ ଓ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ବିଦେଶୀ ଜିନିଷ,ଚାଇନା ଜିନିଷ ବର୍ଜ୍ଜନ କରିବା ପାଈଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ | ସଭା ରେ ବିଶ୍ଵନାଥ ପଣ୍ଡା,ଜଗନ୍ନାଥ ଷଡ଼ଙ୍ଗୀ, ଅଜୟ ଦାସ ,ଅଜୟ ସାହୁ ,ଲଷ୍ମୀଧର ଦାସ ଉପେନ୍ଦ୍ର ବିଶୋଇ, ହରିହର ଦାସ, କୃଷ୍ଣଚନ୍ଦ୍ର ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ଦାସ,ଓ ବିଭିନ୍ନ ୱାର୍ଡ ର ମହିଳା କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ସର୍ବଶେଷରେ କବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO