
ମାଲକାନଗିରି-ପଡିଆ ବ୍ଲକ୍ ଶିମିଳିବାଞ୍ଛା ଅଞ୍ଚଳରୁ ମାଲକାନଗିରି କୁ ଚାଲାଣ ହେଉଥିବା ପିଡିଏସ୍ ଚାଉଳ ବୋଝେଇ ମିନିଟ୍ରକକୁ ସ୍ଥାନୀୟ ଲୋକ ଧରି ପ୍ରଶାସନ ର ହସ୍ତାନ୍ତର ଘଟଣା ଗତ 4 ଦିନ ଧରି ସାରା ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି। ଏଥିସହ ଚାଉଳ ଗାଡି ଧରାଯିବା ପରେ ବିଭାଗର ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଜୋର୍ ଧରିଛ ! ଯୋଗାଣ ବିଭାଗ ପକ୍ଷରୁ ଉକ୍ତ ମିନି ଟ୍ରକ ସହ ୧ ଶହ ୧୩ ବସ୍ତା ଚାଉଳ ଡ୍ରାଇଭର୍ ଅବିନାଶ ବୈଦ୍ୟ ଙ୍କ ଠାରୁ ଜବତ କରି କାଲିମେଳା ସ୍ଥିତ ଏକ ମିଲର ଙ୍କ ଠାରେ ଜିମାରେ ଦେବା ପରେ ବିଭାଗ ନିଜ ଦାୟିତ୍ୱ ସାରି ଦେଇଥିବା ଜଣାପଡୁଛି। ଦିନ ଦ୍ୱିପହରରେ ଗରିବଙ୍କ ଓ ଅସହାୟଙ୍କ ପାଇଁ ଆସିଥିବା ପିଡିଏସ୍ ଚାଉଳ ଚାଲାଣ ରେ କିଛି ବଡ଼ବଡ଼ିଆ ଙ୍କ ହାତ ଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷ୍ୟରୁ କେବଳ ଡ୍ରାଇଭରଙ୍କ ଠାରୁ ଚାଉଳ ଜବତ କରି ଫାଇଲ କରିଦିଆ ଯାଉଥିବା ଭଳି ମନେ ହେଉଛି। ଏଭଳି ପିଡିଏସ୍ ଚାଉଳ ଚାଲାଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଟୁପୁରୁଟାପୁର ଚାଲିଥିବା ବେଳେ ଶିମିଳିବାଞ୍ଛା ପଞ୍ଚାୟତ ପୁରୁଣା ଗୋଦାମ ଘରେ ଚାଉଳ ଗଚ୍ଛିତ ରହିଥଲା ଓ ପ୍ରଶାସନର ଚଢାଉ ବେଳେ ଖାଲି ବସ୍ତା ମିଳିବା ଘଟଣା ପୁଣି ଚର୍ଚ୍ଚା କୁ ଦ୍ଵିଗୁଣିତ କରିପକାଇଛି। ସୂଚନା ମୁତାବକ ଶିମିଳିବାଞ୍ଛା ର ପୁରୁଣା ପଞ୍ଚାୟତ ନିକଟସ୍ତ ଗୋଦାମ ଘରେ ପିଡିଏସ୍ ଚାଉଳ ବସ୍ତାର ମୁହଁ ଖୋଲି ଏହାକୁ ଗୋଲେଇ କରି ବନ୍ଧାଯାଇ ରଖାଯାଇଥିବା ସୂଚନା ମିଳିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ଆଜି ପଡିଆ ଯୋଗାଣ ନିରୀକ୍ଷକ ମାନଭଞ୍ଜନ ହୋତା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ନାୟକ ଓ ସ୍ଥାନୀୟ ସରପଞ୍ଚ ଉକ୍ତ ଗୋଦାମ କୁ ଚଢାଉ କରିଥିଲା ବେଳେ କେବଳ କେତେଖଣ୍ଡ ଖାଲି ବସ୍ତା ମିଳିଥିଲା। ଏକ ବଡଧରଣର ଚାଉଳ ଚାଲାଣ ଘଟଣାର ମାତ୍ର କେଇଟା ଦିନ ନପୁରୁଣୁ ଗୋଦାମ ଘରେ ଚାଉଳ ଗଚ୍ଛିତ ଘଟଣା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଖୋଲାଖୋଲି ପିଡିଏସ୍ ଚାଉଳ ବ୍ୟାବସାୟର ସ୍ପଷ୍ଟ ଉଦାହରଣ ବୋଲି କୁହାଯାଉଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କୁ ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଦିଆଯିବା ପରେ ଏତେମାତ୍ରାରେ ଚାଉଳ ଏକାଠି ଦେଖାଯିବା ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା କୁ ସ୍ପଷ୍ଟ ସୂଚାଉଛି ବୋଲି କୁହାଯାଉଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO