
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଦିବା ୧୧ ଘଂଟିକା ସମୟରେ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦର ଚନ୍ଦନପୁର ସ୍ଥିତ ଆଶା ସେଣ୍ଟର ପ୍ରାଙ୍ଗଣରେ ସତ୍ୟବାଦୀ ବ୍ଳକର ୨୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ସମୁଦାୟ ୬୦୦ ଜଣ ଦିବ୍ୟାଙ୍ଗ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯଥା :-ଚାଉଳ, ଡାଲି, ଅଟା, ସୋୟାବିନ, ବୁଟ, ବାଦାମ, ଆଳୁ, ବିସ୍କୁଟ, ଅମୁଲ, କେକ୍ ଆଦି ବଣ୍ଟନ କରାଯାଇଥିଲା |ଟେକ ମହିନ୍ଦ୍ରା ଫାଉଣ୍ଡେସନ ର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଳକର ଚେୟାରମ୍ୟାନ ଶ୍ରୀମତୀ ସସ୍ମିତା ପ୍ରଧାନ, BSSO -ଇନ-ଚାର୍ଜ ଶ୍ରୀଲକ୍ଷ୍ମୀ ବେହେରା, ଡିସିପିଓ ପୁରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ, ସିଡବ୍ଲୁସି ସଦସ୍ୟ ଶକ୍ତି ମିଶ୍ର, RUSH child line ଡାଇରେକ୍ଟର ଦେବାଶିଷ ରଥ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ |ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନର ଉପସଭାପତି ରବୀନ୍ଦ୍ର ତ୍ରିପାଠୀ, ସମ୍ପାଦକ ବସନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO