ଆଇଜଲ-ମିଜୋରାମ ରେ ଗତ ୨୪ ଘଂଟା ମଧ୍ୟରେ କରୋନାର ୨୮ଟି ନୂଆ ମାମଲା ସାମନାକୁ ଆସିଛି । ଏହା ସହିତ ରାଜ୍ୟରେ କରୋନା ମାମଲା ସଂଖ୍ୟା ବଢି ୨୭୨୨ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ତେଲେଙ୍ଗାନାରେ ଗତ ୨୪ ଘଂଟାରେ କରୋନାର ୧,୪୪୫ ନୂଆ ମାମଲା
ହାଇଦ୍ରାବାଦ। ତେଲେଙ୍ଗାନାରେ ଗତ ୨୪ ଘଂଟାରେ ୧,୪୪୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୩୮,୬୩୨ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୧,୩୩୬ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।