![](https://indokalingtimes.com/wp-content/uploads/2020/06/ikt.jpeg)
![](https://indokalingtimes.com/wp-content/uploads/2020/10/IKT-NEWS-300x97.jpg)
ଏବେ ଆଇଏଲ୍ଓରେ 187 ଦେଶ ସଦସ୍ୟ ଅଛନ୍ତି । ଆସନ୍ତା ନଭେମ୍ବର ମାସରେ ଆଇଏଲ୍ଓ ପରିଚାଳନା ପରିଷଦର ଯେଉଁ ବୈଠକ ଅନୁଷ୍ଠିତ ହେବ ସେଥିରେ ଶ୍ରୀ ଅପୂର୍ବ ଚନ୍ଦ୍ର ଅଧ୍ୟକ୍ଷତା କରିବେ । ଜେନେଭାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅବସରରେ ସେ ଏହି ସଂଗଠନର ବରିଷ୍ଠ ଅଧିକାରୀ, ସାମାଜିକ ଅଂଶୀଦାର ଓ ସଭ୍ୟରାଷ୍ଟ୍ର ପ୍ରତିନିଧିଙ୍କ ସହ ମତବିନିମୟ କରିବାର ସୁଯୋଗ ପାଇବେ । ଭାରତ ସରକାର ଦେଶର ଶ୍ରମ ବଜାରରୁ ଜଟିଳତା ହଟାଇବା ପାଇଁ ବିଭିନ୍ନ ପ୍ରକାର ଶ୍ରମ ସଂସ୍କାର କାର୍ଯ୍ୟ କରୁଥିବାରୁ ସେ ବିଷୟରେ ଶ୍ରୀ ଚନ୍ଦ୍ର ଆଇଏଲଓର ସଦସ୍ୟଙ୍କୁ ଅବଗତ କରାଇବେ । ଏହାଛଡା ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଭାରତ ସରକାର ସାର୍ବଜନୀନଭିତ୍ତିରେ ଯେଉଁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ସେ ମଧ୍ୟ ସେମାନଙ୍କୁ ଜଣାଇବେ ।
ଶ୍ରୀ ଅପୂର୍ବ ଚନ୍ଦ୍ର 1988 ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍ ଅଧିକାରୀ । ସେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟରେ 7 ବର୍ଷରୁ ଅଧିକ କାଳ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବଭାବେ 2013ରୁ 2017 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ ସେ 2017 ଡିସେମ୍ବର 1ରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିଗ୍ରହଣ ବିଭାଗ ମହାନିର୍ଦେଶକଭାବେ ଯୋଗଦେଇ ଭାରତୀୟ ସେନାର ବିଭିନ୍ନ ସାମଗ୍ରୀ କ୍ରୟ ଓ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ । ପ୍ରତିରକ୍ଷା ସାମଗ୍ରୀ କ୍ରୟ ସଂକ୍ରାନ୍ତ ଚିଠା ପ୍ରସ୍ତୁତ କରିବା ପାଇଁ ଗଠିତ କମିଟିର ସେ ମଧ୍ୟ ଅଧ୍ୟକ୍ଷ ଥିଲେ । ସେ ଚଳିତବର୍ଷ ଅକ୍ଟୋବର 1 ତାରିଖରେ କେନ୍ଦ୍ର ଶ୍ରମ ସଚିବଭାବେ ଯୋଗଦେଇଥିଲେ ।