
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ପ୍ରାୟ ୧୧ଟି ସାହିରେ ଡ୍ରେନେଜ ବ୍ୟବସ୍ଥାକୁ ପାଦରେ ଚାଲି ଲୋକଙ୍କ ସହ ଆଲୋଚନାକରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦୋର । ଶନିବାର ସନ୍ଧ୍ୟାରେ ପ୍ରଥମେ ଅନ୍ନପୂର୍ଣ୍ଣାନଗର, ଓମ୍ନଗର, ଆସିକା ରୋଡ୍, ଶ୍ରୀରାମନଗର, ଖାଜା ସାହି, ନିଳାଦ୍ରୀବିହାର, ଗେଟ୍ବଜାର, ନୂଆବସ୍ଷ୍ଟାଣ୍ଡ, ବ୍ରହ୍ମାନଗର, ଜ୍ୟୋତିନଗର ଓ ଏମ୍କେସିଜି ମେଡିକାଲ୍ କଲେଜର ଡ୍ରେନ୍ଗୁଡିକ କିପରି ରହିଛି ତାହା ବୁଲି ଦେଖି ସ୍ଥିତି ଅନୁଧ୍ୟାନ କରିଥିଲେ । ନିଳାଦ୍ରୀବିହାର ଅଞ୍ଚଳରେ ସାମାନ୍ୟ ବର୍ଷାହେଲେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଥିବାରୁ ଯୁଦ୍ଧକାଳୀନଭିତ୍ତିରେ ଏହାକୁ ମରାମତି ଓ କାର୍ଯ୍ୟ କରିବାକୁ ସାଂସଦ, ବିଧାୟକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ପୂର୍ବତନ କର୍ପୋରେଟର ଆର୍.ମୂରଲୀମୋହନ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କିପରି ହେବ ସେ ଉପରେ ଗୁରୁତ୍ୱ ଦେବାକୁ କମିଶନରଙ୍କୁ ଅନୁରୋଧ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO