
ବ୍ରହ୍ମପୁର: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶନିବାର ନିଗମର ୮, ୧୦, ୧୧ ଓ ୧୮ନମ୍ବର ୱାର୍ଡରେ ଜନସଚେତନତା ଅଭିଯାନକରି ପଦଯାତ୍ରାରେ ସାମିଲ୍ ହେବାସହ ଲୋକଙ୍କୁ ସଚେତନତା ଓ ମାସ୍କ ବଣ୍ଟନ କରିଥିଲେ ବ୍ରହ୍ମପୁର ବିଧାୟକ । ଏହି ଅଭିଯାନ ଆସନ୍ତା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ସହରକୁ କରୋନାମୁକ୍ତ କରିବା ସହ ନିଜେ ସଚେତନତା ରହି ସରକାରଙ୍କ କୋଭିଡ୍ ନିୟମାବଳୀକୁ ପାଳନ କରିବାକୁ ବିଧାୟକ ଶ୍ରୀ ପଣ୍ଡା ଜନସାଧାରଣଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସମ୍ପାଦକ ସୁବାଷ ମହାରଣା, ସଞ୍ଜିତ ପାଣିଗ୍ରାହୀ, ମଦନ ଦଳେଇ, ଦୁର୍ଗାପ୍ରସାଦ ପଣ୍ଡା, ମହାନଗର ସଭାପତି ଅଜିତ ପଣ୍ଡା, ଉଦୟ ବେହେରା, ସନ୍ତୋଷ ବେହେରା, କୈଳାଶ ବିଷୋୟୀ, ସୁଦାକର ସ୍ୱାମୀ, ଉଜଳ ପାଢ଼ୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO