
ବ୍ରହ୍ମପୁର /ପୁରୁଷୋତ୍ତମପୁର:ଗ୍ରାମାଞ୍ଚଳର ଲୋକମାନଙ୍କୁ ରୋଜଗାରକ୍ଷମ କରି ଆର୍ଥିକ ପ୍ରଗତି ସକାଶେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି।ଦିନ ମଜୁରିଆଙ୍କୁ ପଞ୍ଚାୟତ ସ୍ତରରେ ହେଉଥିବା ମନରେଗା ଅଧିନ ବିଭିନ୍ନ ମାଟି ଖନନ କାର୍ଯ୍ୟରେ ଅନେକ ଲୋକଙ୍କୁ ନିୟୋଜିତ କରାଯାଉଛି।କିନ୍ତୁ ବିଡମ୍ବନାର ବିଷୟ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅନ୍ତିରିଗାଁ ପଞ୍ଚାୟତର କୋଳିଦାସପୁର ଗ୍ରାମର ମନରେଗା କାର୍ଯ୍ୟକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।ଶ୍ରମିକମାନେ କହିବା ଅନୁଯାୟୀ ଏପ୍ରିଲ ଓ ମଇ ମାସରେ କୋଳିଦାସପୁରର ବଗଡପଦର ରାସ୍ତା ଓ ଠାକୁରାଣୀ ମନ୍ଦିର ରାସ୍ତା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।ଶ୍ରମିକମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଶ୍ରମଦାନ କରିଥିବା ସତ୍ତ୍ବେ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇ ଅନ୍ୟ କିଛି ଶ୍ରମିକମାନଙ୍କୁ ଉଦ୍ଦେଶ୍ଯମୂଳକ ଭାବେ ମଜୁରୀ ପ୍ରଦାନ କରୁନଥିବା ପ୍ରତିବାଦରେ ଶ୍ରମିକମାନେ ବି.ଡି.ଓ.ଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦେଇଥିଲେ।ମଜୁରୀ ପାଇବା ପାଇଁ ଶ୍ରମିକମାନେ ସରପଞ୍ଚ,ଜି.ଆର୍.ଏସ୍.,ପିଇଓ.,ଜେଇ ସମସ୍ତଙ୍କ କାର୍ଯ୍ଯାଳୟ ଯାଇ ନେହୁରା ହେଲେ ସୁଦ୍ଧା କୌଣସି ଉଚ୍ଚ ପଦାଧିକାରୀ କର୍ମପାତ ନକରିବା ନେଇ କ୍ଷୋଭ ପ୍ରକାଶ କରିଥିଲେ।ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ପ୍ରଭାବ ନପଡିବା ଯୋଗୁଁ ପ୍ରଶ୍ନ ଉଠୁଛି କିଛି ପ୍ରଭାବଶାଳୀ ଲୋକଙ୍କ ଯୋଗୁଁ ମଜୁରୀ ପ୍ରଦାନ ବିଳମ୍ବ ଜାଣିଶୁଣି କରାଯାଉଛି। ଶେଷରେ ବି. ଡି. ଓ. ମହାଶୟ ଆସନ୍ତାକାଲି ମଜୁରୀ ପ୍ରଦାନ କରିବେ ବୋଲି ଆଶ୍ବାସନା ଦେଇଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO