
ବେଲଗୁଣ୍ଠା-ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଲ୍ଲଗୁଣ୍ଠା ବ୍ଲକ ବଡ଼ବୋର୍ସିଂ ପଞ୍ଚାୟତ ଡିମିରିପଲ୍ଳୀରେ କାର୍ଯ୍ୟରତ ଅଙ୍ଗନଓ୍ଵାଡ଼ିକର୍ମୀ ପ୍ରିୟଙ୍କା ପ୍ରଧାନଙ୍କ ଉଦ୍ଦେଶ୍ୟରେ ଆଜି ବେଲଗୁଣ୍ଠା ସିଡିପିଓ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ପାଳିତ ହୋଇଯାଇଛି I ବେଲଗୁଣ୍ଠା ସିଡିପିଓ କୃଷ୍ଣ ପ୍ରିୟା ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଶୋକ ସଭାରେ ବେଲଗୁଣ୍ଠI ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ସେଠୀ, ଅଙ୍ଗନଓ୍ଵାଡ଼ି ସଂଘ ସଭାପତି କବିତା ସାହୁ, ଉପସଭାପତି ଛବି ରାଣୀ ଖଣ୍ଡୁଆଳ, ସମ୍ପାଦିକା ରୂନା ପ୍ରଧାନ, ସଭ୍ୟ ସ୍ଵର୍ଣ୍ଣଲତା ମହାପାତ୍ର ଏବଂ ବହୁ ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ସମେତ ଉପଦେଷ୍ଟା ତଥା ଜଣାଶୁଣା ସମାଜ ସେବୀ କେ.ରବୀନ୍ଦ୍ର କୁମାର ପାତ୍ର,ଅନ୍ୟତମ ଉପଦେଷ୍ଟା ତଥା ବେଲ୍ଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଯୋଗ ଦେଇ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସ୍ଵର୍ଗତା ପ୍ରଧାନଙ୍କ ମାତୃ ଛେଉଣ୍ଡ ଦୁଇ ଛୋଟ ଝିଅକୁ ଭଗବାନ ସହାୟ ହୁଅନ୍ତୁ ବୋଲି ପ୍ରକାଶ କରିଥିଲେ I
ଏହା ସହ ଅଙ୍ଗନଓ୍ଵାଡ଼ି ସଂଘ ତରଫରୁ ସ୍ଵର୍ଗତା ପ୍ରଧାନଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦେବାକୁ ସଭାପତି ଶ୍ରୀମତି ସାହୁ ଘୋଷଣା କରିଥିଲେ I ସ୍ଵର୍ଗତା ପ୍ରଧାନଙ୍କ ଦୁଇ ଛୋଟ ଝିଅ ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ବଡ଼ କୋଦଣ୍ଡା ଗ୍ରାମରେ ନିଜ ମାମୁ ଘରେ ରହୁଥିବାରୁ ସମିତି ଅଧ୍ୟକ୍ଷା ଶ୍ରୀମତି ସେଠୀ ସେମାନଙ୍କୁ ଭେଟି ସମବେଦନା ଜଣାଇବା ସହ ପାଞ୍ଚ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ I ସ୍ଵର୍ଗତା ପ୍ରଧାନ ନିଃସ୍ୱାର୍ଥପର ଭାବେ ସ୍ଵଳ୍ପ ଦରମାରେ କାର୍ଯ୍ୟ କରି ଅକାଳରେ ଝଡ଼ି ପଡିଥିବାରୁ ସରକାର ତୁରନ୍ତ ତାଙ୍କୁ କରୋନା ଯୋଦ୍ଧା ଘୋଷଣା କରି ତାଙ୍କ ପରିବାରକୁ 5000000 ଟଙ୍କାର ସହାୟତା ବୀମା ରାଶି ଯୋଗାଇ ଦେବାକୁ ବେଲଗୁଣ୍ଠା ଅଙ୍ଗନଓ୍ଵାଡ଼ି ସଂଘ ଦାବି କରିଛି I ଏ ନେଇ ଅତି ଶୀଘ୍ର ଜିଲ୍ଲା ପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ସଭାନେତ୍ରୀ ଶ୍ରୀମତି ସାହୁ ପ୍ରକାଶ କରିଛନ୍ତି I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO