କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସାହିଭାଇ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ଗୁରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ (ଅକ୍ଟୋବର ୦୨ ରୁ ଅକ୍ଟୋବର ୦୯ ) ସପ୍ତାହ ବ୍ୟାପି ସଂକଳ୍ପ ସପ୍ତାହ ପାଳନ କରାଯାଉଛି ।
ସପ୍ତାହର ସପ୍ତମ ଦିନ ଟିକୁ ଶିକ୍ଷା ର ବୌଦ୍ଧିକ ବିକାଶ ପାଇଁ ସମର୍ପିତ କରାଯାଇଛି । ବୀରହରେକୃଷ୍ଣପୁର ସ୍ଥିତ ଉତ୍ତର ଭୋଇସାହି(ଖ)ଠାରେ ଆୟୋଜିତ କରାଯାଇଥିଲା । ଏଥିରେ ଶିଶୁଙ୍କର ଶିକ୍ଷାର ବିକାଶ ସହିତ ସେମାନଙ୍କ ଭିତରେ ଲୁକାହିତ ପ୍ରତିଭାର ଚିହ୍ନଟ କରାଯାଇଥିଲା।ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଯଥା:-ସଙ୍ଗୀତ, ନୃତ୍ୟ, କବିତା ଆବୃତି ଏବଂ ଚିତ୍ରାଙ୍କନ ରେ (ମମତା ଭୋଇ,ସତ୍ୟଜିତ ପ୍ରଧାନ, ସାବିତ୍ରୀ ଭୋଇ, ମାମିନା ଭୋଇ) ଆଦି ଅଂଶଗ୍ରହଣ କରିଥିଲେ।
ଚଳିତ ବର୍ଷ କୋଭିଡ଼୧୯ ନିୟମ କୁ ପାଳନ ପୂର୍ବକ ସମ୍ପୁର୍ଣ୍ଣ ନିରାଡମ୍ବର ପୂର୍ଣ୍ଣ ଭାବେ ସ୍ବଲ୍ପ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏହି ସପ୍ତାହକୁ ପାଳନ କରିବାକୁ ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଛି ।
ଆଜିର କାର୍ଯ୍ୟକ୍ରମ ଟି ସମ୍ପାଦକ ଚନ୍ଦ୍ରଶେଖର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏବଂ ସଦସ୍ୟ ଶ୍ରୀ ଅଜୟ ପ୍ରଧାନ, ସନ୍ତୋଷ କୁମାର ବିନ୍ଧାଣି, ନିକି ପ୍ରଧାନ ଏବଂ ବିକ୍ରମ ନାୟକ*ଙ୍କ ପୂର୍ଣ୍ଣ ସହଯୋଗ ରେ ଅନୁଷ୍ଠାନର ସଂସ୍କୃତି ବିଭାଗ ପ୍ରମୁଖ ଶ୍ରୀ ଦୀପକ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସାହିଭାଇ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ପ୍ରଧାନ ଏହି ସୂଚନା ପ୍ରଦାନ କରିଛନ୍ତି |