
ବ୍ରହ୍ମପୁର-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରାଞ୍ଚଳ ବିଜେଡି ପକ୍ଷରୁ ଗୁରୁବାର ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡିଆର୍ଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ତହସିଲଦାର ଜନ୍ମେଜୟ ସାହୁ, ବିଡିଓ ପ୍ରଶନ୍ନ କୁମାର ପାତ୍ର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ, ଥାନାଧିକାରୀ ଅଭିମନ୍ୟୁ ଦାସ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଂଯୋଜକ ସୁବାଷ ମହାରଣା ପ୍ରମୁଖ ଯୋଗଦେଇ ଉଦ୍ଘାଟନକରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ରକ୍ତ ୟୁନିଟ୍ ସଂଗୃହିତ ହୋଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ସୁଶାନ୍ତ ପାଣିଗ୍ରାହୀ, ବସନ୍ତ କୁମାର ବେହେରା, ରାମହରି ପଣ୍ଡା, ଲକ୍ଷ୍ମଣ ବେହେରା ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ପୌରାଞ୍ଚଳ ନଗର ବିଜେଡି ସଭାପତି ଭୀମସେନ ବେହେରା, ସଞ୍ଜୟ କୁମାର ପଣ୍ଡା, ଶିବରାମ ଗୌଡ, ସୁବାଷ ପଲେଇ, ପବିତ୍ରମୋହନ ପାଣିଗ୍ରାହୀ, ପ୍ୟାରିମୋହନ ପାଢ଼ୀ, କିରଣ ପଟ୍ଟନାୟକ, ସରୋଜ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ବିନାୟକ ପଟ୍ଟନାୟକ, ମାନସ ରଞ୍ଜନ ବେହେରା, ଯୁଧିଷ୍ଠିର ସ୍ୱାଇଁ, କୈଳାଶ ସାବତ, ବିଶ୍ୱଜିତ୍ ସାହୁ, ରୋହିତ ବିଷୋୟୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତରହି ପରିଚାଳନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO