କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,କୋଭିଡ -୧୯ ପାଇଁ ଶ୍ରୀମନ୍ଦିର ଗତ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ ବନ୍ଦଥିବା ସମୟରେ, ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା |ଯେଉଁଥିରେ କି, ହାଇକୋର୍ଟ ମନ୍ଦିର ଖୋଲିବାନେଇ ରାଜ୍ୟ ସରକାରଙ୍କୁ କୋଭିଡ଼ ନିୟମ ମାନି ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ
ରାଜ୍ୟ ସରକାର ଏଥି ନିମିତ କୌଣସି ପଦକ୍ଷେପ ଆଜି ପର୍ଯ୍ୟନ୍ତ ନେଇ ନାହାନ୍ତି ।ଯଦି କୋଭିଡ ନିୟମ ମାନି ହୋଟେଲ,ସପିଙ୍ଗ ମଲ, ବସ୍ ଚଳାଚଳ ଇତ୍ୟାଦି ହୋଇପାରୁଛି |ତେବେ ମନ୍ଦିର ଖୋଲିବାପାଇଁ ଅସୁବିଧା କଣ ହେଉଛି ? ମନ୍ଦିର ବନ୍ଦ ଯୋଗୁଁ ସେବକ ପରିବାର ତଥା କୁମ୍ଭାର ସେବକ, ପାଟରା ସେବକ, ଚମାର ସେବକ ଓ ଉଠା ଦୋକାନୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ତେଣୁ ରାଜ୍ୟ ସରକାର କୋଭିଡ ର ସମସ୍ତ ନିୟମ ମାନି ଦୈନିକ ୫୦ ଭକ୍ତ ଙ୍କୁ ମାକ୍ସ ଏବଂ ସାନିଟାଇଜର ବ୍ୟବହାର କରି ଦର୍ଶନ ନିମନ୍ତେ ଅନୁମତି ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ । ଯଦି ରାଜ୍ୟ ସରକାର ମନ୍ଦିର ନ ଖୋଲନ୍ତି, ସେବକ, ଉଠା ଦୋକାନୀ, ଜଳଖିଆ ଦୋକାନୀଙ୍କ ସମେତ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରନ୍ତୁ ।
ଜନ ଜାଗରଣ ମଞ୍ଚ ଆଇନ ଉପଦେଷ୍ଟା ଅନୀଲ କୁମାର ସାହୁ ଓ ଆବାହକ ଜ୍ୟୋତି ରଞ୍ଜନ ମିଶ୍ର ଦାବୀ କରିଛନ୍ତି |