
ବ୍ରହ୍ମପୁର: ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଭାଗୃହରେ ଗଞ୍ଜାମ ଜିଲ୍ଲାସ୍ତରୀୟ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଯେଉଁ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡିନାହିଁ ସେହି ଅଞ୍ଚଳଗୁଡିକରେ କରୋନା ମହାମାରୀର ପ୍ରଭାବ ପ୍ରାୟ କମ୍ ଦେଖାଦେଇଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ରୂପେ ଦକ୍ଷିଣ ଘୁମୁସର ଡିଏଫ୍ଓ ସତ୍ୟନାରାୟଣ ଦେହୁରୀ, ଅବସରପ୍ରାପ୍ତ ସହକାରୀ ବନ ସଂରକ୍ଷକ ତ୍ରିନାଥ ପଟ୍ଟନାୟକ, ବନ୍ୟପ୍ରାଣୀ ବିଶେଷଜ୍ଞ ଚନ୍ଦନ ଜାନୀ, ଏସିଏଫ୍ ପ୍ରଭାକର ନାୟକ, ଅଶୋକ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଇକୋ କ୍ଲବ୍ ଜିଲ୍ଲା ସଂଯୋଜକ ଡ. ଶଙ୍କର ନାରାୟଣ ବେଜ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ୱାଧିନ କୁମାର ସାହୁ, ମହେଶ୍ୱର ବରାଡ, ଦିଲ୍ଲୀପ କୁମାର ଦାସଙ୍କୁ ମାନପତ୍ର ସହ ୫ହଜାର ଟଙ୍କାର ଚେକ୍ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ସେହିଭଳି କରୋନା ମହାମାରୀର ପ୍ରକୋପ ଯୋଗୁ ପ୍ରକୃତି ମିଶ୍ର ଏବଂ ପ୍ରକୃତି ବନ୍ଧୁ ପୁରସ୍କାର ରାଜ୍ୟସ୍ତରରେ ପ୍ରଦାନ କରାଯାଇନଥିଲା ତାହା ଜିଲ୍ଲାସ୍ତରୀୟ ଉତ୍ସବରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଞ୍ଜର କୁମାର ମାର୍ଥା, ରଜତ କୁମାର ମିଶ୍ର, ଚରଣ ପଟ୍ଟନାୟକ, ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO