
ଜଗନ୍ନାଥ ପ୍ରସାଦ ଆଜି ସକାଳୁ ବୁଡ଼ୁରୁଙ୍ଗୁ ପଞ୍ଚାୟତର ଦୁହୁଡ଼ିବଞ୍ଜର ଗ୍ରାମରେ ନିଆଲାଗି ଗ୍ରାମର ବିଦ୍ୟାଧର ଡ଼ାକୁଆଙ୍କର ତିନି ବଖରା, ଦେବରାଜଦାକୁଆଙ୍କ ଏକ ବଖରା, ନିର ପ୍ରଧାନଙ୍କର ଏକ ବଖରା, ହର୍ଷି ପ୍ରଧାନଙ୍କର ଏକ ବଖରା, କାମରାଜୁ ଗୌଡ଼ଙ୍କର ଦୁଇ ବଖରା ମୋଟ ଏହି ପାଞ୍ଚ ପରିବାରର ଆଠ ବଖରା ଘର ପୋଡି ପାଉଁଶହୋଇଯାଇଛି।ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ପହଁଚିନିଆକୁ ଆୟତ୍ତ କରିଥିଲେ।ଘଟଣା ପ୍ରକାଶଯେ ବିଦ୍ୟାଧର ଡାକୁଆଙ୍କ ସ୍ତ୍ରୀ ସନ୍ତୋସି ଆଜି ସକାଳୁ ରୋଷେଇ କରୁଥିବା ବେଳେ ଗ୍ୟାସ ହଣ୍ଡାସରି ଯାଇଥିଲା।ତେଣୁଉକ୍ତ ହାଣ୍ଡିକୁ କାଢ଼ି ନୁଆ ହାଣ୍ଡିରେ ରେଗୁଲେଟର ଲଗାଇ ଚାଲୁ କରିଥିଲେ।ତେବେ ହଠାତ ରେଗୁଲେଟର ପାଖରୁ ଗ୍ୟାସ ଲିକ ହୋଇ ଜୋରରେ ଜଳି ଉଠିଲା।ଏହା ଦେଖି ସନ୍ତୋସି ଘର ଭିତରୁ ପଦାକୁ ଧାଇଁ ପଳାଇ ଆସିଥିଲେ। ସେହି ନିଆଁ ଜୋରରେ ଜଳି ଉଠି ଚାଳକୁ ଧରିବା ସହ ପାଖ ପଡୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା।ନିଆଁ ଗ୍ୟାସରୁ ଲାଗି ଥିବାଜାଣିବାପରେ କେହିଜଣେବି ଭୟ ରେ ନିଆଁ ଲିଭାଇବା ପାଇଁ ଯାଇନଥିଲେ।ସଙ୍ଗେ ସଙ୍ଗେ ସ୍ଥାନୀୟଦମକଳ ବାହିନୀକୁ ଖବରଦେବାରୁ ଦମକଳ ବାହିନୀ ଗ୍ରାମରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ।ତେବେ ସେତେବେଳେକୁ ସାଈ ପଡୋଶୀଙ୍କ ସମେତ ମୋଟ ଆଠ ବଖରା ଘର ପୋଡି ସାରିଥିଲା। ନିଆଁ ର ପ୍ରକୋପ ଏତେ ଥିଲାଯେ ପୋଡି ଦିଆଯାଇଥିବା ଘରୁ କେହି କୋୖଣସି ସାମଗ୍ରୀ ଉଧାର କରି ପାରିନଥିଲେ।ତେବେ ବିଦ୍ୟାଧର ଡ଼ାକୁଆଙ୍କ ଝିଅ ବାହାଘର ନିକଟରେ ହେବାର ଥିବାରୁ ଝିଅପାଇଁ କିଣିଥିବା ସମସ୍ତ ସାମଗ୍ରି ପୋଡି ପାଉଁଶ ହୋଇ ଯାଇଥିବା ସେ କହିଛନ୍ତି।ଖବର ପାଇ ସ୍ଥାନୀୟ ସରପଞ୍ଚ ଧୂର୍ଵ ଚନ୍ଦ୍ର ବେହେରା ଗ୍ରାମରେ ପହଁଚି ଚୁଡା,ଚିନି, ପଟି, ବିସ୍କୁଟ ମଗ, ବାଲଟି, ଚାଉଳ, ବଣ୍ଟନ କରିଥିଲେ। ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବିପନ୍ନ ପରିବାର ଙ୍କୁ ରହିବା ପାଇଁ ବ୍ୟବସ୍ଥାକରିବା ସହ ରନ୍ଧନଖାଦ୍ୟ ବଣ୍ଟନକରିଛନ୍ତି।ପଞ୍ଚଭୁତି ଆରଆଇ ପହଁଚି କ୍ଷତିର ଅଟକଲ କରିବାସହ ପ୍ରାଥମିକ। ଭାବେଆର୍ଥିକ ସହାୟତା ପ୍ରଦାନ ପାଇଁ ତହସିଲଦାର ଙ୍କୁ ଜଣାଇଥିଲେ।ଆଉ ଏହି ପରିବାରଗୁଡିକୁ ଯଥାସମ୍ଭବ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ସରପଞ୍ଚ ଆସ୍ଵାସନା ଦେଇଛନ୍ତି।
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO