
ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଆଜି ଗ୍ରାମର ଯୁବ ପିଢ଼ିଙ୍କ ସହଯୋଗ ରେ ଉତ୍କଳମଣି ସେବା ସଂଘ ଉପଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ କରିବା ସହ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରି ଗ୍ରାମରେ ଆଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ରକ୍ତ ଦାନ ଶିବିର ରେ 51 ଜଣ ଯୁବପିଢି ରକ୍ତ ଦେଇଥିବା । ସଙ୍ଘ ର ସଭାପତି ମିଥୁନ ନାହାକ , ସମ୍ପାଦକ ନିରାକାର ମହାନ୍ତି ଙ୍କ ସମେତ ସେବା ସଂଘ ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମଧ୍ୟ ସହଯୋଗ କରିଥିଲେ । ଆଡପଡା ଗୋଷ୍ଠି ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ର ଡାକ୍ତର ମନୋରଞ୍ଜନ ରଥ ଙ୍କ ସହଯୋଗ ସହ ଭଞ୍ଜନଗର ରୁ ରକ୍ତ ଭଣ୍ଡାର ର ଟିମ ଙ୍କ ସହ 51 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସର୍ଵ ପ୍ରଥମେ ଅନର୍ବ ନାୟକ ରକ୍ତ ଦାନ କରିଥିବା ବେଳେ ସେବା ସଂଘ ର ସମସ୍ତ ସଦସ୍ୟ ସହ ଅନେକ ଯୁବପିଢି ସ୍ବଇଚ୍ଛା ରେ ରକ୍ତ ଦାନ କରିଥିଲେ ।

ବିଜୟ ବେହେରା, ଶରତ ନାହାକ, ସୁଶାନ୍ତ ସେଠି, ରାଜେଶ ପ୍ରଧାନ, ତ୍ରିଲୋଚନ ସାହୁ, ପବିତ୍ର ବାଡ଼ତ୍ୟା, ନାରାୟଣ ଲେଙ୍କା, କୃଷ୍ଣ ପ୍ରଧାନ, ଜିତେନ୍ଦ୍ର ମହାରଣା, ରାଜେଶ ପ୍ରଧାନ, ଧର୍ମେନ୍ଦ୍ର ସୁଆଁସିଆ, ଫେଲୁ ବେହେରା, ଭଗବାନ ନାହାକ, ଦୀପକ ନାହାକ ସହ ଆଡପଡା ରାଜୀବ ଯୁବକ ସଙ୍ଘ ର ସଦସ୍ୟ ସହଯୋଗ କରିଥିଲେ । ଉତ୍କଳ ମଣି ଗୋପବନ୍ଧୁ ଦାସ ସେବା ସଂଘ ର ସଦସ୍ୟ ଙ୍କ ଏଭଳି କାର୍ଯ୍ୟ ପାଇଁ ଅଂଚଳ ବାସୀ ଶୁଭେର୍ଚ୍ଛା ସହ କୃତଘ୍ୟତ। ଜଣାଇଛନ୍ତି । ରିପୋର୍ଟ ପ୍ରଫୁଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO