
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସାଂପ୍ରତିକ ସମୟରେ ମହାମାରୀ କରୋନା ଭୁତାଣୁ ସାରା ବିଶ୍ୱକୁ ନିଜର କରାଳ ତାଣ୍ଡବ ଲୀଳାରେ ଧରାଶାୟୀ କରିଦେଇଛି |ଏହି ସମୟରେ ସମଗ୍ର ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି |ପ୍ରତ୍ୟେକ ଦେଶର ଆର୍ଥିକ ମେରୁଦଣ୍ଡ ଭୁଶୁଡି ଯାଇଛି |ଏହି କରୋନା ମହାମାରୀର କୁ ପ୍ରଭାବ କେବଳ ଆର୍ଥିକ ଅବସ୍ଥା ଉପରେ ନୁହେଁ ବରଂ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପଡିଛି |ଏହି ମହାମାରୀର ପ୍ରଭାବରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଆର୍ଥିକ ସ୍ତରରେ ଅନେକ କ୍ଷତି ସହିଛନ୍ତି |କିନ୍ତୁ ମଠ,ମନ୍ଦିର, ସାଂସ୍କୃତିକ ଓ ପରମ୍ପରାକୁ ଭାଙ୍ଗି ସେଠାରେ ଉଗ୍ର ପାଶ୍ଚାତ୍ୟ ର ଛାପ ଦେଇ ବିଭିନ୍ନ ଉଦ୍ୟାନ ଗୁଡିକ ନିର୍ମାଣ କରିବାକୁ ଏହି ସରକାରଙ୍କ ପାଖରେ ଯଥେଷ୍ଟ ସମୟ ଓ ଅର୍ଥ ପ୍ରଚୁର ଅଛି କିନ୍ତୁ ଛାତ୍ର ଛାତ୍ରୀ ଙ୍କର ଭବିଷ୍ୟତ ନିର୍ମାଣ କରିବା ନିମନ୍ତେ ଏ ସରକାରଙ୍କ ପାଖରେ ସମୟ ଓ ଅର୍ଥ ନାହିଁ |
ଯେଉଁଠି ଏହିଭଳି କରୋନା ମହାମାରୀ ସମୟରେ ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି |ଯେଉଁଠି ଲୋକ ଦିନର ଗୋଟେ ବେଳା ଖାଇବା ପାଇଁ ସଂଘର୍ଷ କରୁଛନ୍ତି |ଯାହା ଫଳରେ ଗୋଟିଏ ଗରିବ ମେଧାବୀ ଛାତ୍ର ଟିର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି |ଏଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସରକାରଙ୍କର ଏହିଭଳି ନିଷ୍ଠୁର ମନବୃତ୍ତିକୁ ଦୃଢ଼ ନିନ୍ଦା କରୁଛି |ଏଥିସହ ବିଦ୍ୟାର୍ଥୀ ମାନଙ୍କର ଚଳିତ ଶିକ୍ଷାବର୍ଷର ସମସ୍ତ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯାଉ ଏବଂ ଏହାର ବିକଳ୍ପ ବ୍ୟବସ୍ଥା କରାଯିବା ପାଇଁ ଏକ ଦାବୀପତ୍ର ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି |ଏହାର ଏକକିତ ନକଲ ଓଡିଶାର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ମନ୍ତୀଙ୍କ ନିକଟରେ ଦାଖଲ କରାଯାଇଛି |
ଏହି କାର୍ଯ୍ୟକ୍ରମ ପୁରୀ ନଗର ସମ୍ପାଦକ ଶ୍ରୀ ତାରା ପ୍ରାସାଦ ଦାଶ ଙ୍କର ନେତୃତ୍ୱ ରେ ସମ୍ପାଦନ ହୋଇଛି ! ଏଥି ସହ ନଗର ସହ ସମ୍ପାଦକ ସୁନୀଲ କୁମାର ପ୍ରଧାନ, ଶିବମ କୁମାର ସେଠି, ଜିଲ୍ଲା sfs ପ୍ରମୁଖ ଶିବାନନ୍ଦ ପାଢ଼ୀ, ସୌମ୍ୟ ରଞ୍ଜନ ଦାସ, ବିଶାଳ ନାୟକ, କାନ୍ହା ସାହୁ, ଯଯାତି କେଶରି ନାୟକ, ତୋଫାନ ସାହୁ, ପିଣ୍ଟୁ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଏହାକୁ ସଫଳ ରୂପ ପ୍ରଦାନ କରିଛନ୍ତି|
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO