
ବେଲଗୁଣ୍ଠା , ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସମୟରେ ଲକ୍ ଡ଼ାଉନ୍ ର ସୁଯୋଗ ନେଇ ଗାଆଁ ଗାଆଁରେ ଜୁଆ ଖେଳ ବେଶ୍ ଜମୁଥିଲା I କେତେ ଜୁଆଡି ମଧ୍ୟ ପୋଲିସ୍ ହାବୁଡରେ ପଡ଼ି ଗିରଫ ହୋଇଥିଲେ I ବର୍ତ୍ତମାନ ଜିଲ୍ଲାରେ କରୋନା ସଂକ୍ରମଣ ହାର କମି ଲକ୍ ଡାଉନ୍ ହଟିଥିଲେ ମଧ୍ୟ କିଛି ଗାଁରେ ଲୋକ ମାନେ କାମ ଧନ୍ଦାକୁ ନ ଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ଜୁଆ ଖେଳରେ ମାତି ଯାଉଛନ୍ତି I ଯାହା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି I
ଗତ କାଲି ସନ୍ଧ୍ୟା 7 ଘଣ୍ଟା 30 ମିନିଟ୍ ସମୟରେ ଗାଙ୍ଗପୁର ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ବଡ଼ ବୋର୍ସିଂ ପଞ୍ଚାୟତର ବାଙ୍କଲେଡି ଗ୍ରାମରେ ଚାଲି ଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 14,800 ଟଙ୍କା ଜବତ କରିଛି I ଆଗକୁ କୁମାର ପୂର୍ଣ୍ଣିମା ଆସୁଥିବାରୁ ଆଗାମୀ ଦିନରେ ଜୁଆ ଖେଳର ମାତ୍ରା ବଢ଼ି ପାରେ ବୋଲି ଆଶଙ୍କା କରାଯାଉଛି I ଏନେଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ସହ ଯୋଗଯୋଗ କରିବାରୁ ଆସନ୍ତା ଦିନରେ ପେଟ୍ରୋଲିଂ କଡ଼ାକଡି କରାଯିବା ସହ ଜୁଆଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO