
ବ୍ରହ୍ମପୁର: ଛାତ୍ର ନେତା ଭବାନୀ କାନ୍ତ ସାହୁ ଙ୍କୁ ବିଜୁ ଛାତ୍ର ଜନତାଦଳ ର୍ ରାଜ୍ୟ ଉପ ସଭାପତି ଭାବେ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ସମୟରେ ରାଜ୍ୟ ତଥା ଜିଲ୍ଲାର ବହୁ ଛାତ୍ର ସଙ୍ଘଠନ ସହ ଜଡିତ ରହି ଆସୁଛନ୍ତି। 2013-14 ବର୍ଷ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର ସଭାପତି ଭାବେ ନିର୍ବାଚିତ ହେଇଥିଲେ ,ସେହି ଦିନ ଠାରୁ ପ୍ରତେକ ଛାତ୍ର ନିର୍ବାଚନ ସେ ସକ୍ରିୟ ରହି ଏକ ପ୍ରମୁଖ ଭୂମିକା ତୁଲାଇ ଆସୁଛନ୍ତି। ସେ 2016 ମସିହା ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହେବା ସହ ଖୋଲିକଟ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଓ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ତାଙ୍କର ସାଂଘଟନିକ ଦକ୍ଷତା କୁ ଦେଖି ଗତ ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ତାଙ୍କୁ ରାୟଗଡା ଜିଲ୍ଲାରେ ହକ ମାଗୁଛି ଓଡିଶା ଓ ସ୍ବାକ୍ଷର ଓଡ଼ିଶା ଭଳି ଦୁଇଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ସଂଯୋଜକ ଦାଇତ୍ୱ ଦିଆଯାଇଥିଲା, ବର୍ତ୍ତମାନ ସେ ଫୁଲବାଣୀ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଭାବେ କାର୍ଯ୍ୟ କରିଆସୁଛନ୍ତି।ଗଂଜାମ ଜିଲ୍ଲାର ଛାତ୍ର ଓ ଯୁବକ ମାନଙ୍କ ଭଲ ପାଇବା ହିଁ ଆଜି ତାଙ୍କୁ ଏତେ ବାଟ ଆଣିପାରିଛି ବୋଲି କହିବା ସହ ତାଙ୍କୁ ମିଳିଥିବା ଏହି ନୂତନ ଦାୟିତ୍ୱ କୁ ସୁଚାରୁ ରୂପେ ପାଳନ କରିବା ଛାତ୍ର ଅଧିକାର ପାଈଁ ତାଙ୍କ ଲଡେଇ ଜାରି ରଖିବା ସହ ଦଳ କୁ ଆଗକୁ ନେବାକୁ ଚେଷ୍ଟା ଜାରି ରଖିବେ। ରାଜ୍ୟ ସରକାର ଙ୍କ ସମସ୍ତ ଜନ ହିତକର ଯୋଜନା କୁ ଛାତ୍ର ସମାଜ ନିକଟରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟଦଳ ପକ୍ଷରୁ ତାଙ୍କୁ ବିଜୁ ଛାତ୍ର ଜନତା ଦଳର ନୂଆ ଟିମ ରେ ଉପ ସଭାପତି ପଦ ପାଇଁ ମୋନନିତ ହେଇଥିବାରୁ, ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ pattnyak ଓ ଦଳର ସାଧାରଣ ସଂପାଦକ ଶ୍ରଯୁକ୍ତ ବ୍ୟମକେଶ ରାୟ , ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ୟନାରାୟଣ ପାତ୍ର ଓ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।